fbpx

OpenAIର ସହ-ପ୍ରତିଷ୍ଠାତା ଇସ୍ତଫା ଦେଲେ

Advertisement

ନୂଆଦିଲ୍ଲୀ: ଖୁବ୍ କମ୍ ଦିନ ମଧ୍ୟରେ ଓପନଏଆଇକୁ ନେଇ ସାରା ବିଶ୍ୱରେ ବହୁତ ଚର୍ଚ୍ଚାରେ ହେବାରେ ଲାଗିଛି । ଚାଟଜିପିଟିର ସଫଳତାର ପରେ ନିକଟରେ ଓପନଏଆଇ ଏକ ନୂଆ ମଡେଲ ‘ଜିଟିପି-୪୦’ ଲଞ୍ଚ କରିଛି । ରିୟଲ ଟାଇମ ଟେକ୍ସଟ, ଅଡିଓ ଓ ଭିଡିଓ ଉପରେ ଏହି ନୂଆ ମଡେଲ କାମ କରିବ । ତେବେ ଏହା ମଧ୍ୟରେ ଓପନଏଆଇକୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ଓପନଏଆଇ ସହ-ପ୍ରତିଷ୍ଠାତା ଇଲ୍ୟା ସୁଟସକେଭେର ଇସ୍ତଫା ଦେଇଛନ୍ତି ।

ଗତବର୍ଷ ନଭେମ୍ବର ମାସ ଠାରୁ ଇଲ୍ୟା ଅଫିସକୁ ଯାଉନଥିଲେ । କମ୍ପାନୀର ସିଇଓ ସାମ ଅଲ୍ଟମ୍ୟାନଙ୍କୁ କମ୍ପାନୀରୁ ବାହାର କରିବା ନେଇ ଇଲ୍ୟା ବୋର୍ଡର ସାଥ ଦେଇଥିଲେ । ତେବେ ସାମ ମାତ୍ର ୫ ଦିନ ମଧ୍ୟରେ କମ୍ପାନୀକୁ ଫେରିଥିଲେ । ଇଲ୍ୟାଙ୍କ ଇସ୍ତଫା ଖବର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଇଲ୍ୟାଙ୍କୁ ନେଇ ପୂର୍ବରୁ ଅନେକ ଥର ଚର୍ଚ୍ଚା ଦେଖିବାକୁ ମିଳିଥିଲା । ସାମଙ୍କୁ କମ୍ପାନୀରୁ ବାହାର କରିବା ଘଟଣାରେ ଇଲ୍ୟା ଚର୍ଚ୍ଚାରେ ରହିଥିଲେ । ଇଲ୍ୟା କମ୍ପାନୀ ଛାଡ଼ିବା ନେଇ ଓପନଏଆଇ ଏକ ବ୍ଲଗ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସାମ୍ ମଧ୍ୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏନେଇ ଏକ ପୋଷ୍ଟ ଶେୟାର କରିଛନ୍ତି ।

Get real time updates directly on you device, subscribe now.