fbpx
BJD SKY
BJD SKY

ମଙ୍ଗଳ ଗ୍ରହରେ ରହିଛନ୍ତି ଲକ୍ଷ ଲକ୍ଷ ବୁଢିଆଣୀ! ESAର ଫଟୋରେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ଚକିତ

BJD

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ବୁଢିଆଣୀ ନଜର ଆସିଛନ୍ତି । ତାହା ପୁଣି ଲକ୍ଷ ଲକ୍ଷ ସଂଖ୍ୟାରେ । ଏହି ଫଟୋ ଦେଖିବା ପରେ ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ଚକିତ ହୋଇଉଠିଛନ୍ତି । ଏହି ଫଟୋ ଉତ୍ତୋଳନ କରିଛି ୟୁରୋପିଆନ୍ ସ୍ପେସ୍ ଏଜେନ୍ସୀ (ESA)ର ଏକ୍ସୋମାର୍ସ ଟ୍ରେସ୍ ଗ୍ୟାସ୍ ଅର୍ବିଟରରେ ଲାଗିଥିବା କଲର ଆଣ୍ଡ ଷ୍ଟେରିଓ ସରଫେସ୍ ଇମେଜିଂ ସିଷ୍ଟମ ।

ସାଧାରଣ ଲୋକ ଏହି ଫଟୋ ଦେଖି ଚକିତ ହୋଇଛନ୍ତି କି ଯେଉଁ ଗ୍ରହରେ ଜୀବନ ସମ୍ଭବ ନୁହେଁ ସେଠି ଏତେ ସଂଖ୍ୟାରେ ବୁଢିଆଣୀ କିପରି ରହିଛନ୍ତି । ଏହା କ’ଣ କୌଣସି ଏଲିଅନ ପ୍ରଜାତିର ଜୀବ ଯେଉଁମାନେ କି ମଙ୍ଗଳରେ ରହୁଛନ୍ତି । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ଯାଞ୍ଚ ପରେ ବୈଜ୍ଞାନିକ ମାନେ ଯାହା ଖୁଲାସା କରିଛନ୍ତି ତାହା ବି ଆହୁରି ଆଶ୍ଚର୍ଯ୍ୟଜନକ । ପ୍ରକୃତ କାରଣ ହେଉଛି ବସନ୍ତ ଋତୁରେ ଯେତେବେଳେ ସୂର୍ଯ୍ୟ କିରଣ ମଙ୍ଗଳ ଗ୍ରହର ଦକ୍ଷିଣ ମେରୁ ଉପରେ ପଡିଥାଏ ସେତେବେଳେ ଏଠାରେ ଶୀତରେ ଜମା ହୋଇଥିବା କାର୍ବନ ଡାଇଅକ୍ସାଇଡ୍‌ (CO2) ଏହିପରି ବୁଢିଆଣୀ ଆକାର ଧାରଣ କରିଥାଏ । ସୂର୍ଯ୍ୟ କିରଣ କାର୍ବନ ଡାଇଅକ୍ସାଇଡ୍‌ର ନିମ୍ନ ଅଂଶକୁ ତରଳାଇ ଥିବା ବେଳେ ଉପର ଅଂଶ ଏହି ପ୍ରକାର ଆକାର ଧାରଣ କରିଥାଏ ।

ପ୍ରତି ବର୍ଷ ଥଣ୍ଡା ଦିନ ପରେ ମଙ୍ଗଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ । ଚଟାଣ ତଳୁ ବାହାରୁଥିବା (CO2) ଗ୍ୟାସ୍ ଉପରେ ଗାଢ ରଙ୍ଗର ଧୂଳି ଜମି ରହିଥାଏ । ଯେତେବେଳେ ସୂର୍ଯ୍ୟଙ୍କ କିରଣ ପଡିଥାଏ ସେତେବେଳେ ଏହା ଭୂମିରେ ସୃଷ୍ଟ ଫାଟ ଦେଇ ବାହାରକୁ ଆସିଯାଏ ଓ ତରଳିବାରେ ଲାଗିଥାଏ । ଏହା ଦେଖିଲେ ମନେ ହୋଇଥାଏ ସତେ ଯେପରି ଚଟାଣରେ ଏକ ସଙ୍ଗେ ଲକ୍ଷ ଲକ୍ଷ ବୁଢିଆଣୀ ଦଳ ଦଳ ହୋଇ ଯାତ୍ରା କରୁଛନ୍ତି । ଏହା ଚଳମାନ ନ ଥିଲେ ବି ସୂର୍ଯ୍ୟ କିରଣରେ ତରଳୁଥିବାରୁ ଏହା ଏପରି ଚଳମାନ ମନେ ହୋଇଥାଏ ।

Get real time updates directly on you device, subscribe now.