fbpx

(VIDEO) : MBA ଚାଏବାଲା ପରେ, ଏବେ B-Tech ଗୁପଚୁପବାଲୀ , ଦେଖନ୍ତୁ ଭିଡ଼ିଓ କିପରି ଚାଲିଛି ବେପାର

ନୂଆଦିଲ୍ଲୀ: ଏମବିଏ ଚାଏବାଲା, କିଏ ବା ନ ଜାଣେ । ଲୋକମାନେ ବୋଧହୁଏ ପ୍ରଫୁଲ୍ଲ ବିଲୋର ଅପେକ୍ଷା ଏମବିଏ ଚାଏବାଲା ର ନାମ ଅଧିକ ଜାଣନ୍ତି । ପ୍ରଫୁଲ୍ଲା ବିଲୋର କହିଲେ ଅଳ୍ପ ବହୁତ ଲୋକେ ଜାଣିବେ କିନ୍ତୁ ଏମବିଏ ଚାଏବାଲା କହିଲେ ସମସ୍ତେ ଜାଣିବେ । ପ୍ରଫୁଲ୍ଲା ବିଲୋର ଏହି ଏମବିଏ ଚାଏବାଲା ଷ୍ଟଲର ମାଲିକ । ଅର୍ଥାତ୍ ସେ ନିଜେ । ଯେତେବେଳେ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଅର୍ଥାତ୍ ଆଇଆଇଏମ୍ ଅହମ୍ମଦାବାଦ ସମ୍ମୁଖରେ ଏକ ଚା ଷ୍ଟଲ୍ ପକାଇଥିଲେ ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ । କିଛି ସମୟ ପରେ ଦେଶର ଅନେକ ସ୍ଥାନରେ ଏମବିଏ ଚାଏବାଲାର ଚର୍ଚ୍ଚା ହେବା ସହ ବର୍ତ୍ତମାନ ତାଙ୍କର ଦେଶରେ ୨୦୦ ରୁ ଅଧିକ ଆଉଟଲେଟ୍ ରହିଛି । ଶୁଣିବାକୁ ମିଳୁଛି ବିଦେଶରେ ମଧ୍ୟ ଆଉଟଲେଟ୍ ଖୋଲା ଯାଉଛି । ନିକଟରେ ସେ ଏକ କୋଟି ଟଙ୍କାରେ ମର୍ସିଡିଜ୍ କାର କିଣିଥିବା ବେଳେ ସେ ପୁଣିଥରେ ହେଡଲାଇନକୁ ଆସିଥିଲେ।

କିନ୍ତୁ ଆଜି ଆମେ ପ୍ରଫୁଲ୍ଲା ବିଲୋର ବିଷୟରେ ବରଂ ବି-ଟେକ୍ ଗୁପଚୁପ୍ ବାଲୀ ବିଷୟରେ କହୁଛୁ । ଦିଲ୍ଲୀର ତିଲକ ନାଗର ଅଞ୍ଚଳରେ ଜଣେ ଯୁବତୀ ଆଜିକାଲି ଗୁପଚୁପ୍ ଷ୍ଟଲ ପକାଇଛନ୍ତି । ଏହି ଷ୍ଟଲଟି ରାସ୍ତା କଡରେ ହୋଇଥିଲେ ମଧ୍ୟ ଏକଦମ୍ ହାଇଜେନିକ । ବିନା ତେଲରେ ଗୁପଚୁପ୍ ଛାଣିଛନ୍ତି ବୋଲି ସେ ଦାବି କରିଛନ୍ତି । ଏହା ସହ ଗୁପଚୁପରେ ମଇଦା ମିଶିନି । କାରଣ ମଇଦା ଶରୀର ପାଇଁ ହାନିକାରକ ।

 

ଯୁବତୀଙ୍କ ନାମ ତାପସୀ ଉପାଧ୍ୟାୟ। ସେ ନିଜକୁ ୨୧ ବର୍ଷ ବୋଲି କହୁଛନ୍ତି । ତାପସୀ କହୁଛନ୍ତି ଯେ ସେ ବି-ଟେକ୍ କରିବା ପରେ ଯେତେବେଳେ ସେ ଗୁପ୍‌ଚୁପ୍ ଷ୍ଟଲ ପକାଇଲେ ଲୋକମାନେ ତାଙ୍କୁ ବାରଣ କରିଥିଲେ । ଏହା ଝିଅ ପିଲାଙ୍କ କାମ ନୁହେଁ ବୋଲି କିଛି ଲୋକ ତାଙ୍କୁ କହିଥିଲେ । ଘରେ ରହି କାମ କରିବାକୁ ମଧ୍ୟ କେହେି କେହି ପରାମର୍ଶ ଦେଇଥିାଲେ । କିନ୍ତୁ ତାପସୀଙ୍କ ମତ ଅଲଗା । ନିଜ କାମକୁ ବହୁତ ଉତ୍ସାହର ସହ କରୁଛନ୍ତି । ସେ ଇଂରାଜୀରେ କଥା ହୋଇ ଲୋକଙ୍କୁ ପ୍ରଭାବିତ କରନ୍ତି । ବର୍ତ୍ତମାନ ଲୋକମାନେ ଟ୍ୱିଟରରେ ତାଙ୍କ ଭିଡିଓ ଦେଖୁଛନ୍ତି ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏହି ଯୁବତୀ ଜଣଙ୍କ ଗୁପଚୁପ୍ ଷ୍ଟଲକୁ ବୁଲେଟ୍ ରେ ଆଣି ନିଦ୍ଦିଷ୍ଟ ସ୍ଥାନରେ ପାର୍କ କରିୁଛନ୍ତି । ଗୁପଚୁପ୍ ପାଣି ଏବଂ ବାକି ସବୁ ସାମଗ୍ରୀକୁ ଠିକ୍ ଜାଗାରେ ରଖୁଛନ୍ତି । ଏହାର ମାର୍କେଟିଂ ମଧ୍ୟ ବହୁତ ଭଲ ଭାବରେ ସେ କରୁଛନ୍ତି । ବିନା ତେଲରେ ଓ ମଇଦା ଗୁପଚୁପ୍ ପ୍ରସ୍ତୁତ ବୋଲି ସେ ଦାବି କରନ୍ତି । ଗୁପଚୁପ୍ ଷ୍ଟଲଟି ପୁରା ସଫାସୁତୁରା । ଯାହା ସ୍ୱାସ୍ଥ୍ୟ ପ୍ରତି କୌଣସି ହାନିକାରକ ହେବ ନାହିଁ ବୋଲି ଦେଖିଲେ ଜଣାପଡୁଛି । ପରବର୍ତ୍ତୀ ସମୟରେ କ’ଣ ଜଣାନାହିଁ କିନ୍ତୁ ଆଜି ତାଙ୍କର ଉତ୍ସାହ ଲୋକଙ୍କୁ ପ୍ରେରଣା ଯୋଗାଉଛି ।

Get real time updates directly on you device, subscribe now.