fbpx

ଗୋପନୀୟତା ଏବଂ ଡାଟା ସୁରକ୍ଷା ଚିନ୍ତା; ନୂଆ ଫୋନରେ ପୂର୍ବରୁ ଇନ୍‌ଷ୍ଟଲ୍‌ ହୋଇଥିବା ଆପ୍ ଅପସାରଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି ସରକାର: ରିପୋର୍ଟ

ନୂଆଦିଲ୍ଲୀ: ଆପଣମାନେ ଫୋନ କିଣିବା ସମୟରେ ସେଥିରେ ପୂର୍ବରୁ କିଛି ଆପ୍ ଇନଷ୍ଟଲ ହୋଇଥିବା ଦେଖିଥିବେ। ସେହି ଆପ୍ ଗୁଡିକ କ’ଣ ପାଇଁ ପୂର୍ବରୁ ରହିଛି ସେଥି ପ୍ରତି କେହି ପ୍ରାୟତଃ ଧ୍ୟାନ ଦେଇ ନଥାନ୍ତି। ତେବେ ସେହି ଆପ୍ ଗୁଡିକ ଲୋକମାନଙ୍କର ଗୋଆପନୀୟତା ଏବଂ ଡାଟା କୁ ଚୋରି କରିପାରେ ବୋଲି ସରକାର ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ସାଇବର ସୁରକ୍ଷା ଏବଂ ଗୋପନୀୟତା ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି।

ଆଗାମୀ ଦିନରେ କେନ୍ଦ୍ର ସରକାର ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ପୂର୍ବ ଇନଷ୍ଟଲ ହୋଇଥିବା ଆପ୍ ଅପସାରଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି। ଏବଂ ଏଥିପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ସୁରକ୍ଷା ନିୟମ ଅନୁଯାୟୀ ପ୍ରମୁଖ ଅପରେଟିଂ ସିଷ୍ଟମ୍ ଅପଡେଟ୍ ବାଧ୍ୟତାମୂଳକ ସ୍କ୍ରିନିଂକୁ ଅନୁମତି ଦେଇପାରିବେ ବୋଲି ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି। ଯଦିଓ ନୂତନ ନିୟମର ଗାଇଡଲାଇନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ ବଜାର ଭାରତ ଉପରେ ଏକ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ସାମସଙ୍ଗ, ସାଓମି, ଭିଭୋ ଏବଂ ଆପଲ୍ ସମେତ ଅନେକ ବଡ କମ୍ପାନୀ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।

ରିପୋର୍ଟରେ କୁହାଯାଇଛି ଯେ ବ୍ୟବହାରକାରୀଙ୍କ ଫୋନରେ ଗୁପ୍ତଚର ତଥା ତଥ୍ୟର ଅପବ୍ୟବହାରକୁ ନେଇ ଆଇଟି ମନ୍ତ୍ରଣାଳୟ ଏହି ନୂତନ ନିୟମ ଉପରେ ବିଚାର କରୁଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ (ଜଣେ ଅଧିକାରୀ) କହିଛନ୍ତି ଯେ ପୂର୍ବ-ସ୍ଥାପିତ ଆପ୍ ସୁରକ୍ଷା ଦୃଷ୍ଟିରୁ ଏକ ସମ୍ଭାବିତ ଲିଙ୍କ ହୋଇପାରେ। ସରକାର ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଚୀନ୍ ସମେତ କୌଣସି ବିଦେଶୀ ଦେଶ ଏହାର ଫାଇଦା ଉଠାଇ ପାରିବେ ନାହିଁ କାରଣ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ଅଟେ।

ଉଲ୍ଲେଖନୀୟ କଥା ହେଉଛି, ୨୦୨୦ ରୁ ଚାଇନିଜ୍ ଆପ୍ ଗୁଡିକର ସର୍ଭିଲାନ୍ସ କେନ୍ଦ୍ର ସରକାର ବାଢ଼ିଦେଇଛନ୍ତି। ଏହି ଧାରାରେ ପ୍ରଥମ ପର୍ଯ୍ୟାୟରେ ଟିକଟକ୍ ସମେତ ୩୦୦ ରୁ ଅଧିକ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସର୍ବଭାରତୀୟ ସ୍ତରରେ ମଧ୍ୟ ଅନେକ ଦେଶ ହୁଆୱାଇ ଏବଂ ହିକଭିଜନ ଭଳି ଚାଇନାର ଫାର୍ମରୁ ଟେକ୍ନୋଲୋଜିର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବିଶ୍ୱର ଅନେକ ଦେଶମାନେ ଭୟ କରୁଛନ୍ତି ଯେ ଚୀନ୍ ଏହି ତଥ୍ୟକୁ ବିଦେଶୀ ନାଗରିକଙ୍କ ଉପରେ ଗୁପ୍ତଚର ବ୍ୟବହାର କରିପାରିବ। ଯଦିଓ ଚୀନ୍ ଏହି ଅଭିଯୋଗକୁ ଅସ୍ୱୀକାର କରୁଛି।

 

 

Get real time updates directly on you device, subscribe now.