fbpx

ଡ୍ରପ୍ ଆଉଟ୍ ପିଲା ଦେଇପାରିବେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ବିଧାନସଭାରେ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୦ ତାରିଖଠାରୁ ସାରା ରାଜ୍ୟରେ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇଥିଲା । ଏହି ପରୀକ୍ଷା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ୩ ହଜାର ୨୧୮ଟି ସେଣ୍ଟରରେ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଯେଉଁ ସେଣ୍ଟରରେ ସମ୍ମେଟିଭ-୧ ପରୀକ୍ଷା ହୋଇଥିଲା ସେହି ସେଣ୍ଟରରେ ସମ୍ମେଟିଭ-୨ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇଥିଲା । ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାଜଧାନୀର କିଛି ହାଇସ୍କୁଲର ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ।

ତେବେ ୧୩,୦୫୮ ଜଣ ପିଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉନଥିବା ଜଣପାଡ଼ିଥିଲା । ଫର୍ମ ଫିଲ୍ ଅପ୍ କରିବା ପରେ ବି ସେମାନେ ପରୀକ୍ଷା ଦେବାକୁ ଆସି ନଥିଲେ । ତେହି ଏହି ଡ୍ରପ୍ ଆଉଟ୍ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା କରାଯିବ । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ପିଲାଙ୍କୁ ପ୍ରୋତ୍ସାହିତ କରାଯିବ । ଯେଉଁମାନେ ପରୀକ୍ଷା ଦେଇନଥିବେ, ସେମାନେ ଏବେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ । ଆଜି ବିଧାନସଭାରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ।

ରାଜ୍ୟରେ ପ୍ରଥମ ଥର ପାଇଁ ଡପ୍ ଆଉଟ୍ ପିଲାଙ୍କ ପାଇଁ ପରୀକ୍ଷା ଆୟୋଜନ କରାଯିବ । ପିଲାମାନେ କିପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ ସେନେଇ ବ୍ୟବସ୍ଥା କରାଯିବ । ଗତ ୨୦୨୧-୨୨ରେ ରାଜ୍ୟର ୪୫ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇନଥିଲେ । ଚଳିତ ବର୍ଷ ଏହି ସଂଖ୍ୟା ହ୍ରାସ ପାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Get real time updates directly on you device, subscribe now.