fbpx
BJD SKY
BJD SKY

ମହୁମାଛି ଆକ୍ରମଣ ନେଇଯିବ ଜୀବନ: ‘Anaphylaxis’ ସାଜିପାରେ ମୃତ୍ୟୁର କାରଣ, ଏହି ୯ଟି ଲକ୍ଷଣକୁ ଆଜି ହିଁ ମାନନ୍ତୁ- ଡାକ୍ତର

BJD

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କେବେ ମହୁମାଛି କାମୁଡ଼ିଥିବ, ତେବେ ତା’ର ଯନ୍ତ୍ରଣା କେତେ କଷ୍ଟଦାୟକ ତାହା ଆପଣମାନେ ନିଶ୍ଚିତ ଭାବେ ଉପଲବ୍ଧି କରିଥିବେ । ତେବେ କେବଳ କଷ୍ଟ ନୁହେଁ, ମହୁମାଛି ଡଙ୍କ ମାରିବା ଦ୍ୱାରା ଆପଣଙ୍କର ମୃତ୍ୟୁ ବି ଘଟିପାରେ । ନିକଟରେ ହରିୟାଣାର ପଲବଲରେ ଜଣେ ୩୨ ବର୍ଷୀୟ ଯୁବକଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ଏପରି କିଛି ଘଟଣା ଅନେକ ସମୟରେ ଶୁଣିବାକୁ ମିଳୁଥିଲେ ହେଁ ଏହା ପଛର କାରଣ ବିଷୟରେ ଅଧିକାଂଶ ଅଜ୍ଞାତ ଥାଆନ୍ତି ।

ସାଧାରଣ ଭାବେ ଆମ ଆଖାପାଖରେ କାହାକୁ ମହୁମାଛି କାମୁଡ଼ିଲେ ଆମେ ଏହାକୁ ଏତେ ଗୁରୁତ୍ୱ ନଦେଇ ଘରୋଇ ଉପଚାର କରି ଚୁପ୍ ବସିଯାଇଥାଉ । ଏନେଇ କେଜିଏମୟୁ ଲକ୍ଷ୍ନୌର ମେଡିସିନ ବିଭାଗର ବରିଷ୍ଠ ପ୍ରଫେସର ଡା. କୌସର ଉସ୍ମାନ କହିଛନ୍ତି, ଯଦି ମହିମାଛି ଡଙ୍କ ମାରିବା ଦ୍ୱାରା ଆପଣଙ୍କର ଆଲର୍ଜି ହେଉଛି, ତେବେ ଏହା ଗମ୍ଭୀର ହୋଇପାରେ । ଏହାବ୍ୟତୀତ ଯଦି ମହୁମାଛି ପୂରା ଦଳ ହମଲା କରନ୍ତି ଓ ଏକାଧିକ ଥର ଡଙ୍କ ମାରନ୍ତି, ତେବେ ଏହା ମଧ୍ୟ ଗମ୍ଭୀର ପ୍ରତିକ୍ରିୟା ଦେଇଥାଏ । ଏପରି କ୍ଷେତରେ ଜରୁରୀକାଳୀନ ଭିତ୍ତିରେ ଚିକିତ୍ସା କରାଇବା ଜରୁରୀ ।

ମହୁମାଛି ଡଙ୍କ ମାରିବା ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥାଏ । ଯଦି ଡଙ୍କ ମାରିଥିବା ସ୍ଥାନରେ ଯନ୍ତ୍ରଣା କମ୍ ହୁଏ, ତେବେ ତାହା ସାମାନ୍ୟ ହୋଇଥାଏ । ଯଦି ଜ୍ୱଳନ, ଯନ୍ତ୍ରଣା ଆଦି ସିରିୟସ ଆଲର୍ଜିର ଲକ୍ଷଣ ମିଳେ, ତେବେ ଡାକ୍ତରଙ୍କ ସହ ସଙ୍ଗେସଙ୍ଗେ ପରାମର୍ଶ କରନ୍ତୁ । ତେବେ ପ୍ରଥମ ଥର ନର୍ମାଲ ରିଆକ୍ସନ ହେବାର ଅର୍ଥ ନୁହେଁ ଆପଣଙ୍କୁ ପ୍ରତ୍ୟେକ ଥର ଡଙ୍କ ମାରିବା ପରେ ଏକା ପ୍ରତିକ୍ରିୟା ଦେଖାଦେବ । ଅନେକ ସମୟରେ ଦ୍ୱିତୀୟ ଥର ଅଧିକ ଗମ୍ଭୀର ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ ।

ମହୁମାଛି ଡଙ୍କ ମାରିବା ଦ୍ୱାରା ସିରିୟସ ଆଲର୍ଜି ରିଆକ୍ସନ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ । ଏହି ଗମ୍ଭୀର ଆଲର୍ଜି ପ୍ରତିକ୍ରିୟାକୁ ମେଡିକାଲ ଭାଷାରେ ‘ଏନାଫିଲେକ୍ସିସ’ କୁହାଯାଇଥାଏ । ଏହି କଣ୍ଡିସନରେ ଆପଣଙ୍କୁ ତ୍ୱରିତ ଭାବେ ଜରୁରୀ ଚିକିତ୍ସା ନିହାତି ଆବଶ୍ୟକ । କେବଳ ମହୁମାଛି ନୁହେଁ, ଯେ କୌଣସି କୀଟପତଙ୍ଗ ଡଙ୍ଗ ମାରିବା ଫଳରେ ‘ଏନାଫିଲେକ୍ସିସ’ର ଏକ ବର୍ଗ ବିକଶିତ ହୋଇଥାଏ ।

ଚର୍ମରେ ଏକପ୍ରକାରର ଦାଗ ଦେଖାଦେବା, ଶରୀର କୁଣ୍ଡାଇହେବା, ଚର୍ମ ଏକଦମ ହଳଦିଆ ହୋଇଯିବା, ନିଃଶ୍ୱାସରେ ସମସ୍ୟା ଦେଖାଦେବା, ଗଳା ଓ ଜିଭ ଫୁଲିଯିବା, ନାଡ଼ିର ଗତି ଅଧିକ ଧୀର ବା ତେଜ ହେବା, ଅଚାନକ ବାନ୍ତି ଆସିବା, ମୁଣ୍ଡ ମୁଣ୍ଡାଇବା ବା ଚକ୍କର ଆସିବା, ରୋଗୀ ହୋସ୍ ହରାଇବା ଆଦି ‘ଏନାଫିଲେକ୍ସିସ’ର ଗୋଟିଏ ଗୋଟିଏ ଲକ୍ଷଣ ଅଟେ । ଯଦି ଜଣଙ୍କୁ ଏକାଧିକ ମହୁମାଛି ଆକ୍ରମଣ କରନ୍ତି ଓ ୧୨ରୁ ଅଧିକ ଡଙ୍କ ମରାଯାଇଥାଏ ତେବେ ସେ କ୍ଷେତ୍ରରେ ବିଷର ସଞ୍ଚୟର ଏକ ବିଷାକ୍ତ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ । ଏହାଦ୍ୱାରା ବ୍ୟକ୍ତି ଅତ୍ୟଧିକ ବୀମାର ଅନୁଭବ କରିପାରେ ।

Get real time updates directly on you device, subscribe now.