fbpx

ଓସ୍କାର ପୁରସ୍କାର ପ୍ରାପ୍ତ ‘RRR’, ଆଉ ‘The Elephant Whisperers’ ସ୍କ୍ରିନିଂ କରାଇବେ କେନ୍ଦ୍ର ମନ୍ତ୍ରୀ; ପ୍ରସାରିତ ସହିତ ହେବ ସମ୍ମାନିତ

ନୂଆଦିଲ୍ଲୀ:ଚଳିତ ଥର ଭାରତୀୟ ମାନଙ୍କ ପାଇଁ ଆରଆରଆର ଏବଂ ଦି ଏଲିଫାଣ୍ଟ ହ୍ୱିସସ୍ପର ଗର୍ବ ଆଉ ଗୌରବ ଆଣି ଦେଇଛି। ଉଭୟ ଓସ୍କାର ପୁରସ୍କାର ଜିତିବା ପରେ ସାରା ଭାରତ ଏହାକୁ ନେଇ ଉତ୍ସବ ପାଳନ କରୁଛି । ତେବେ ଏହି ଦୁଇଟି ଚଳଚିତ୍ର ଓସ୍କାର ପୁରସ୍କାର ଜିତିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆସନ୍ତା ସପ୍ତାହରେ ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ସଂସଦରେ ଉଭୟ ଓସ୍କାର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରର ସ୍କ୍ରିନିଂ କରିବେ ବୋଲି ସୂଚନା ଦେଇଛନ୍ତି ।

ଆସନ୍ତା ସପ୍ତାହରେ ସଂସଦର ବାଲ ଯୋଗୀ ଅଡିଟୋରିୟମରେ ଏହି ଚଳଚ୍ଚିତ୍ରଗୁଡ଼ିକର ସ୍କ୍ରିନିଂ କରାଯିବ । ଏହା ସହିତ ଉଭୟ ଚଳଚ୍ଚିତ୍ରର କଳାକାର ଏବଂ କ୍ରୁଙ୍କୁ ଉତ୍ସାହିତ କରିବା ପାଇଁ ଏକ ଯୋଜନା ମଧ୍ୟ ରହିଛି। ବାସ୍ତବରେ, “ଆରଆରଆର” ତଥା “ବାହୁବଳି ” ପରି ଅନ୍ୟ ବ୍ଲକବଷ୍ଟର ଚଳଚ୍ଚିତ୍ରର ଲେଖକ ବିଜୟେନ୍ଦ୍ର ପ୍ରସାଦ ଜଣେ ରାଜ୍ୟସଭାର ମନୋନୀତ ସଦସ୍ୟ ଅଟନ୍ତି। RRR ର ‘ନାଟୁ ନାଟୁ’ ଗୀତ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ‘ଦି ଏଲିଫାଣ୍ଟ ହ୍ୱିସସ୍ପର ‘ ଦୁହେଁ ସମ୍ମାନଜନକ ଓସ୍କାର ପୁରସ୍କାର ଲାଭ କରିଛନ୍ତି।

ଟିମ୍ ‘ଆରଆରଆର’ ଏବଂ ”ଦି ଏଲିଫାଣ୍ଟ ହ୍ୱିସସ୍ପର’ ଉଭୟ କାଲିଫର୍ନିଆର ହଲିଉଡର ଡଲବି ଥିଏଟରରେ ୯୫ ତମ ଏକାଡେମୀ ପୁରସ୍କାରରେ ଓସ୍କାର ଜିତିଥିଲେ ଏବଂ ଏହା ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଏବଂ ଦର୍ଶକଙ୍କ ପାଇଁ ଐତିହାସିକ ଦିନ ଥିଲା । ‘ନାଟୁ ନାଟୁ’ ଗୀତ ଓସ୍କାର ଜିତିବା ପୂର୍ବରୁ ଏହି ଗୀତଟି ବିଶ୍ୱ ସ୍ତରରେ ପୁରସ୍କାର ମଧ୍ୟ ପାଇଥିଲା।ଏହାପୂର୍ବରୁ ଜାନୁଆରୀରେ ‘ନାଟୁ ନାଟୁ’ ‘ଶ୍ରେଷ୍ଠ ମୂଳ ଗୀତ’ ବର୍ଗରେ ଗୋଲ୍ଡେନ୍ ଗ୍ଲୋବ ଜିତିଥିଲା।

Get real time updates directly on you device, subscribe now.