fbpx

ସେତୁ ନିର୍ମାଣ ନିଗମ ଟେମ୍ପରାରି କର୍ମଚାରୀଙ୍କୁ ଅଧିକାରୀଙ୍କ ଅଣଦେଖା, ତାଲିକାରେ ଚଢ଼ୁ ନାହିଁ କାର୍ଯ୍ୟରତ କର୍ମଚାରୀଙ୍କ ନାମ

ଭୁବନେଶ୍ୱର: ଟେମ୍ପରାରି ଭାବେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା କର୍ମଚାରୀ ମାନେ ନିୟମିତ ହେବେ। ରାଜ୍ୟରୁ ଟେମ୍ପରାରି ପ୍ରଥା ଉଚ୍ଛେଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଟେମ୍ପରାରିରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ନିୟମିତ ହେଲେ। ଟେମ୍ପରାରି ନିଯୁକ୍ତିକୁ ପାଖାପାଖି ୫ ମାସ ସରିବାକୁ ଯାଉଛି। ହେଲେ କେତେକ ବିଭାଗରେ ବର୍ତ୍ତମାନ ବି ଟେମ୍ପରାରି କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି।

ସୂଚନାମୁତାବକ ଓଡ଼ିଶା ସେତୁ ଓ ନିର୍ମାଣ ନିଗମରେ ସବୁଠାରୁ ଅଧିକ ଟେମ୍ପରାରି କର୍ମଚାରୀ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଓଡ଼ିଶା ସେତୁ ଓ ନିର୍ମାଣ ନିଗମରେ ଟେମ୍ପରାରି କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ବିଭାଗକୁ ଚିଠି ଲେଖିଥିବା ଜଣାପଡ଼ିଛି। ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟେମ୍ପରାରି କର୍ମଚାରୀଙ୍କ ତାଲିକା ମଧ୍ୟ ପଠା ଯାଇଛି। ହେଲେ ଦୁଃଖର ବିଷୟ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଭୁବନେଶ୍ୱର ଶାଖାରେ ବର୍ତ୍ତମାନ ୧୭ ଜଣ ଠିକା କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ହେଲେ ବିଭାଗ ପକ୍ଷରୁ ମାତ୍ର ୨ ଜଣ ଟେମ୍ପରାରି କର୍ମଚାରୀ କାର୍ଯ୍ୟରତ ଥିବା ଦର୍ଶାଇ ଚିଠି ଲେଖାଯାଇଥିବା ସୂଚନା ରହିଛି। ଏଥିପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଭୁବନେଶ୍ୱର ଶାଖାରେ ଅଶାନ୍ତି ଦେଖା ଦେଇଛି। ତେଣୁ ଖୁବ ଶୀଘ୍ର ଏହି ଘଟଣାର ତଦନ୍ତ କରାଯିବା ସହ ଯାଞ୍ଚ କରାଯାଉ ବୋଲି କର୍ମଚାରୀ ମାନେ ଆଶାବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.