fbpx

ସମୟ ପୂର୍ବରୁ ମୁକୁଳିବେ ସିଦ୍ଧୁ! ଏହି କାରଣରୁ କମ୍ ହେଲା ଦଣ୍ଡାଦେଶର ସମୟ

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖରେ ଜେଲରୁ ମୁକୁଳି ପାରନ୍ତି ପ୍ରଞ୍ଜାବ କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ରୋଡରେଜ ଘଟଣାରେ ଜଣେ ବୃଦ୍ଧଙ୍କ ହତ୍ୟା ମାମଲାରେ ୧ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ୧୯୮୮ ମସିହାରୁ ଏହି ମାମଲା କୋର୍ଟରେ ଚାଲିଥିବା ବେଳେ ଗତ ମେ’ ମାସରୁ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ସେ କୋର୍ଟଙ୍କର ଏହି ସମୟସୀମା ପୂର୍ବରୁ ଜେଲରୁ ମୁକୁଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଗତ ମେ’ ମାସ ୨୦ ତାରିଖରୁ ସିଦ୍ଧୁ ଗିରଫ ହୋଇଥିବା ବେଳେ ସେ ଚଳିତବର୍ଷ ମେ’ ୧୯ ତାରିଖରେ ମୁକୁଳିଥାନ୍ତେ । ତେବେ ଜେଲ ନିୟମ ଅନୁସାରେ କଏଦୀମାନଙ୍କୁ ମାସିକ ୪ ଦିନ ଛୁଟି ମଞ୍ଜୁର ହୋଇଥାଏ । କିନ୍ତୁ ଏହି ଜେଲରେ ରହିବା ମଧ୍ୟରେ ସେ ଗୋଟିଏ ହେଲେ ଛୁଟି ନେଇ ନାହାନ୍ତି । ତେବେ ଏହାକୁ ହିସାବ କରାଗଲେ ସିଦ୍ଧୁଙ୍କ ଜେଲ ପରିୟଡ ୪୮ ଦିନ ପୂର୍ବରୁ ଶେଷ ହୋଇଯାଉଛି । ତେଣୁ ମେ’ ୧୯ ପରିବର୍ତ୍ତେ ମାର୍ଚ୍ଚ ମାସର ଶେଷ କିମ୍ବା ଏପ୍ରିଲ ତାରିଖରେ ଜେଲରୁ ଖଲାସ ହୋଇପାରନ୍ତି ନବଜୋତ ସିଂହ ସିଦ୍ଧୁ ।

ତେବେ ଏହାପୂର୍ବରୁ ଜାନୁୟାରୀ ୨୬ ତାରିଖରେ ସିଦ୍ଧୁଙ୍କୁ ଖଲାସ କରିବା ନେଇ ଆଲୋଚନା ହୋଇଥିଲା । କିନ୍ତୁ ପ୍ରଶାସନ ପ୍ରସ୍ତୁତ କରିଥିବା ୫୬ କଏଦୀଙ୍କ ତାଲିକାରେ ତାଙ୍କ ନାଁ ସାମିଲ ନଥିଲା । ଉତ୍ତମ ଆଚରଣ ଏବଂ ନିୟମର ପାଳନ କରୁଥିବା କଏଦୀମାନଙ୍କୁ ଗଣତନ୍ତ୍ର ଦିବସ ଉପଲକ୍ଷେ ଜେଲରୁ ଛାଡି ଦିଆଯାଏ । ତେବେ ସିଦ୍ଧୁ ଏହି ଦୌଡରେ ଥିଲେ ମଧ୍ୟ କ୍ୟାବିନେଟରେ ତାଙ୍କ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିଲା । ତେଣୁ ନବଜୋତ ସିଦ୍ଧୁ ଆଜି ପର୍ଯ୍ୟନ୍ତ ଜେଲରେ ରହିଛନ୍ତି ।

Get real time updates directly on you device, subscribe now.