fbpx

Momo, Sandwitch ସହ Mayonnaise ଖାଇବା ବିପଦ: ହୋଇପାରେ ଏହି ୫ଟି ରୋଗ 

ନୂଆଦିଲ୍ଲୀ: ଅଧିକାଂଶ ଲୋକ ମୋମୋଜ, ବର୍ଗର ଏବଂ ସାଣ୍ଡୱିଚ ଇତ୍ୟାଦି ସହ ମେୟୋନିଜ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । କିଛି କିଛି ଲୋକ ଏହାକୁ ଖୁବ ଅଧିକ ପରିମାଣରେ ଖାଇଥାନ୍ତି । ଜଙ୍କ ଫୁଡ ଖାଇବା ସମୟରେ ମେୟୋନୀଜ ନିଶ୍ଚୟ ସେମାନଙ୍କ ଖାଦ୍ୟରେ ସାମିଲ ହୋଇଥାଏ । କିନ୍ତୁ ଏହି କ୍ରୀମ ଜାତୀୟ ଖାଦ୍ୟ ପଦାର୍ଥ ଶରୀର ପାଇଁ ବହୁତ କ୍ଷତିକାରକ ହୋଇପାରେ । ଆପଣଙ୍କର ପ୍ରିୟ ଖାଦ୍ୟ ମେୟୋନିଜ ଯୋଗୁଁ ଶରୀରରେ ୫ ଟି ବଡ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ବୃଦ୍ଧି ହୋଇଥାଏ ।

Homemade Mayonnaise Recipe

ଏକ ରିପୋର୍ଟ ଅନୁସାରେ, ଗୋଟିଏ ବଡ ଚାମଚ ମେୟୋନିଜରେ ପ୍ରାୟ ୧ ଗ୍ରାମ ସୁଗାର ରହିଥାଏ । ତେବେ ବିଶେଷ କରି ଡାଇବେଟିସ ରୋଗୀମାନଙ୍କୁ ଏହି ଖାଦ୍ୟରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ । ମେୟୋନିଜ ଅତ୍ୟଧିକ ମାତ୍ରାରେ ଓମେଗା-୬ ଫ୍ୟାଟି ଏସିଡ ରହିଥାଏ । ତେଣୁ ଯଦି ଆପଣ ମେୟୋନିଜ ଖାଉଛନ୍ତି ତେବେ ଆପଣଙ୍କ ବ୍ଲଡ ପ୍ରେସର ଅଧିକ ହୋଇଥାଏ । ମେୟୋନିଜରେ ଏଡେଡ ଅଏଲ ରହିଥାଏ । କିନ୍ତୁ ଆପଣ ଏହା ଜାଣି ପାରନ୍ତି ନାହିଁ । ଏହା ଦ୍ୱାରା ଉଚ୍ଚ ରକ୍ତଚାପର ସମସ୍ୟା ଥିଲେ ଏହା ବ୍ଲଡ କ୍ଲଟ, ହାର୍ଟ ଆଟାକ ଏବଂ ଷ୍ଟ୍ରୋକ ହେବାର ସମ୍ଭାବନାକୁ ଆହୁରି ବୃଦ୍ଧି କରିଥାଏ । ତେଣୁ ଏହାକୁ ସେବନ କରିବା କ୍ଷତିକାରକ ହୋଇପାରେ । ସେହିପରି ଶରୀରର ଓଜପନ ବୃଦ୍ଧିରୁ ମୁକ୍ତି ପାଇବା ପାଇଁ ମେୟୋନିଜକୁ ନିଜ ଖାଦ୍ୟରୁ ବାଦ୍ ଦିଅନ୍ତୁ । ଏଥିରେ କ୍ୟାଲୋରୀ ଏବଂ ଫ୍ୟାଟ ଖୁବ ଅଧିକ ପରିମାଣରେ ରହିଥାଏ । ତେଣୁ ଏହାର ନିୟମିତ ସେବନ ଶରୀରର ଓଜନକୁ ବୃଦ୍ଧି କରାଇଥାଏ ।

If you are eating mayonnaise with junk food, then know its side effects too.

ହାର୍ଟ ସମସ୍ୟାର ମଧ୍ୟ କାରଣ ପାଲଟିପାରେ ଏହି ମେୟୋନିଜ । ପ୍ରତିଦିନ ଜଙ୍କ ଫୁଡ ସହିତ ମେୟୋନିଜ ଖାଇବା ଦ୍ୱାରା ହୃଦୟକୁ କ୍ଷତି ହୋଇପାରେ । ଏଥିରେ ରହିଥିବା ସେଚ୍ୟୁରେଟେଡ ଫ୍ୟାଟ କଲେଷ୍ଟ୍ରଲ ଲେବଲ ବୃଦ୍ଧି ହୋଇ ହୃଦରୋଗ ବୃଦ୍ଧି କରାଇପାରେ । ଏହାବ୍ୟତୀତ ଅତ୍ୟଧିକ ମେୟୋନିଜ ଖାଇଲେ ମୁଣ୍ଡ ବିନ୍ଧା, ଦୁର୍ବଳତା ଏବଂ ବାନ୍ତି ଇତ୍ୟାଦି ସମସ୍ୟା ଦେଖା ଦେଇପାରେ । ମେୟୋନିଜରେ ପ୍ରିଜର୍ଭିଟିଭ, ଆର୍ଟିଫିସିଆଲ ଇଂଗ୍ରୀଡିଏଣ୍ଟସର ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ତେଣୁ ଏପରି ସମସ୍ୟା ଦେଖାଦେବା ସ୍ୱାଭାବିକ ।

Get real time updates directly on you device, subscribe now.