fbpx

ପୁରୀ ହଣାକଟା ମାମଲାରେ ପୋଲିସର ଆକ୍ସନ: ୯ ଜଣ ଗିରଫ

ପୁରୀ: ବଡଦାଣ୍ଡରେ ଖଣ୍ଡା ଆକ୍ରମଣ ମାମଲାକୁ ନେଇ ପୋଲିସ ପ୍ରଶାସନ ନେଇଛି ଏକ କଡା ପଦକ୍ଷେପ । ଘଟଣାରେ ସମ୍ପୃକ୍ତ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ । ଉଭୟ ପକ୍ଷରୁ ଏହି ଅଭିଯୁକ୍ତମାନଙ୍କୁ ପୋଲିସ କବଜା କରିଥିବା ଜାଣିବାକୁ ମିଳିଛି । ଆକ୍ରମଣରେ ସମ୍ପୃକ୍ତ ଗୋଟିଏ ପକ୍ଷରୁ ୩ ଜଣ ଏବଂ ଅନ୍ୟ ପକ୍ଷର ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଆରେଷ୍ଟ କରିବା ସହ କୋର୍ଟ ଚାଲାଣ କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଏକ ଆକ୍ରମଣ ହୋଇଥିବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.