fbpx

ଶାଶୁ ଘର ମୁଁ ଯିବିନି…. କାନ୍ଦି କାନ୍ଦି ଅଧା ରାସ୍ତାରେ ବରକୁ ଛାଡି ଫେରି ଆସିଲେ କନିଆ

ବାରାଣାସୀ : ବେଦୀକୁ ଆସିବାର ଠିକ୍ ପୂର୍ବରୁ କନିଆ ଫେରାର ହୋଇଯିବା ଏବଂ ବିବାହ ପରେ କନିଆ ଫେରାର ହୋଇଯିବା, ଶାଶୁଘରେ ନିର୍ଯାତନା ସହ ଘରବୁ ଫେରି ଆସିବା ଏଭଳି ଅନେକ ଘଟଣା ଖବରକାଗଜ ବା ଟିଭି ମାଧ୍ୟମରେ ଆମେ ସମ୍ରରେ ଶୁଣିବାକୁ ଦେଖିବାକୁ ପାଉ । କିନ୍ତୁ ଅଧା ରାସ୍ତାରେ ବରକୁ ଛାଡି କନିଆ ଫେରି ଆସିବା କେବେ ଶୁଣିଛନ୍ତି କି ?

ଶାଶୁ ଘର ବହୁତ ଦୂର… ମୁଁ ଯିବିନାହିଁ । ଏହିପରି କିଛି କହି ଅଧା ରାସ୍ତାରେ ଘରକୁ ଫେରି ଆସିଲେ କନିଆ । ଏହା ପଛର କାରଣ କ’ଣ ? କ’ଣ ଘଟଇଲା କନିଆଙ୍କ ସାଙ୍ଗରେ ଏହାକୁ ମନରେ ଅନେକ ପ୍ରଶ୍ନ ଉଙ୍କି ବାରୁଥିବ ନିଶ୍ଚୟ…ତେବେ ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା ।
ବିବାହର କିଛି ଘଣ୍ଟା ପରେ ଏକ ବିଚ୍ଛେଦ । ବାରାଣାସୀ ନିବାସୀ ବୈଷ୍ଣବଙ୍କ ବିବାହ ରବିଙ୍କ ସହ ସ୍ଥିର ହୋଇଥିଲା । ପରିବାର ସଦସ୍ୟଙ୍କ ସହମତି ପୂର୍ବରୁ ଉଭୟେ କୋର୍ଟରେ ବିବାହ କରିଥିଲେ ଏବଂ ଏହା ପରେ ସେମାନେ ବୈଦିକ ରୀତିନୀତିରେ ବିବାହ କରିଥିଲେ ଜ୍ଝ ଏହା ପରେ କନିଆର ବିଦାୟ ହୋଇଥିଲା । ଫେରିବା ସମୟରେ ଅଧା ରାସ୍ତାରେ ଆରମ୍ଭ ହୋଇଥିଲା କନିଆଙ୍କ ପଗଳାମି । ବିବାହ ସରିଲା ୪୦୦ କିମି ଅତିକ୍ରମ କରିବା ପରେ କନିଆ କହୁଛି ମୁଁ ଆଉ ଯିବିନି । ବର ଆଶ୍ଚର୍ଯ୍ୟ ହୋଇଥିଲା କ’ଣ କରିବ କିଛି ବୁଝି ପାରୁନଥିଲା । ପୋଲିସ ପାଖରେ ଏହି ମାମଲା ପହଞ୍ଚିଲା । ପୋଲିସର ସିଦ୍ଧାନ୍ତ ମଧ୍ୟ କନିଆଙ୍କ ସାପକ୍ଷରେ ଗଲା । କନିଆଙ୍କୁ ପୋଲି ଘରକୁ ବିଦା କଲେ ।

ମିଳିଥିବା ସୂଚନା ଅନୁଯାୟୀ, ବିବାହ ପରେ ବର ବଧୂ ଘରକୁ ଯାଉଥିବା ସମୟରେ ଅଧା ରାସ୍ତାରେ ଚା’ ଜଳଖିଆ ପାଇଁ ବରଯାତ୍ରୀ ଦଳ ଅଟକି ଥିଲେ । ସେତେବେଳକୁ ପ୍ରାୟ ୪୦୦ କିମି ଅତିକ୍ରମ କରିସାରିଥିଲେ । ଆଉ ମାତ୍ର ବାକି ଥିଲା ୯୦୦ କିମି । ଏହା ଜାଣିପାରି କନିଆ ଜିଦ୍ ଧରିଥିଲା ଯେ ମୁଁ ଆଉ ଶାଶୁଘର ଯିବିନାହିଁ । ସିଧା ପହଞ୍ଚିଲା ରାସ୍ତାରେ ପ୍ରାଟ୍ରୋଲିଂ କରୁଥିବା ପୋଲିସ ପାଖରେ । ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ଦେଖି ଚକିତ । ସମସ୍ତେ ଭାବୁଥିଲେ ପୋଲିସ ମଧ୍ୟ କନିଆକ୍‌ୁ ଉଠାଇ ନେଇଛି । କିନ୍ତୁ ମାମଲା ଥିଲା ପୁରା ଓଲଟା । କନି÷ଆ ନିଜେ ପହଞ୍ଚିଥିଲା ପୋଲିସ ପାଖରେ ।

କନିଆ ଅଭିଯୋଗ କରିଥିଲା ଯେ, ବିବାହ ପୂର୍ବରୁ କୁହାଯାଇଥିଲା ଯେ ତାଙ୍କ ଶାଶୁଘର ପ୍ରୟାଗରାଜ କିନ୍ତୁ ଏବେ ବିକାନେର ନେଇ ଯାଉଛନ୍ତି । ଯାହା କନିଆ ଘର ଠାରୁ ୧୩୦୦ କିମିଦୂର । ତେଣୁ ଏତେ ଦୂର ମୁଁ ଯବିନି । ସେ କହିଛନ୍ତି ଯେ ସେ ସାତ ଘଣ୍ଟା ଯାତ୍ରା କରି ଥକି ଯାଇଛନ୍ତି ଏବଂ ତାଙ୍କ ଶାଶୁ ଘରକୁ ଯିବାକୁ ଚାହୁଁନାହାଁନ୍ତି। ସେ ତାଙ୍କ ମାଠାରୁ ବହୁତ ଦୂରରେ ଯିବାକୁ ଚାହୁଁନାହାଁନ୍ତି ଏବଂ ବିବାହ ବିଚ୍ଛେଦ କରିବାକୁ ଚାହୁଁଛିି। ବୁଝାବୁଝି କରିବା ପରେ ମଧ୍ୟ ଯୁବତୀ ଜଣଙ୍କ ଜିଦ୍ ରେ ଅଟଳ ଥିଲା । ତାଙ୍କୁ ବାରାଣାସୀକୁ ପଠାଯାଇଥିଲା।

Get real time updates directly on you device, subscribe now.