fbpx

ଇକ୍ୟୁଏଡରରେ ଅନୁଭୂତ ହେଲା ୬.୮ ତୀବ୍ରତାର ଭୁକମ୍ପ, ଏପର୍ଯ୍ୟନ୍ତ ୧୪ ମୃତ୍ୟୁ

ଇକ୍ୟୁଏଡର: ଦକ୍ଷିଣ ଆମେରିକାରେ ଥିବା ଇକ୍ୟୁଏଡରରେ ଭୟଙ୍କର ଭୁକମ୍ପ ଅନୁଭୂତ ହୋଇଥିବା କଥା ସାମ୍ନାକୁ ଆସିଛି । ସମଚାର ଏଜେନ୍ସି ଏପି ଅନୁଯାୟୀ, ସେଠାରେ ୬.୫ ତୀବ୍ରତାର ଭୁକମ୍ପ ଆସିଛି । ତେବେ ଏହି ଭୂକମ୍ପ ଆମେରିକାର ଦ୍ୱିତୀୟ ବଡ ସହରକୁ ଦୋହଲାଇ ଦେଇଛି । ଇକ୍ୟୁଏଡରର ରାଷ୍ଟ୍ରପତି ଗୁଡଲେର୍ମୋ ଲାସୋ କହିଛନ୍ତି ଯେ, ଏହି ଶକ୍ତିଶାଳୀ ଭୂକମ୍ପ ୧୪ ଲୋକଙ୍କ ଜୀବନ ନେଇଛି । ଇକ୍ୟୁଏଡର ଏବଂ ଉତ୍ତର ପେରୂରେ ଭୂକମ୍ପ ଆସିବା ପରେ ବହୁ ଧନଜୀବନ ନଷ୍ଟ ହୋଇଛି ।

ଭୁକମ୍ପ ଏତେ ପରିମାଣରେ ଶକ୍ତିଶାଳୀ ଥିଲା ଯେ, ଏହାଦ୍ୱାରା ବଡ ବଡ ଅଟ୍ଟାଳିକା ଏବଂ ବହୁ ଧନ ଜୀବନ ନଷ୍ଟ ହୋଇଯାଇଛି । ଇକ୍ୟୁଏଡରର ରାଷ୍ଟ୍ରପତି ଏକ ଟ୍ୱିଟ ଜରିଆରେ ଶାନ୍ତି ରଖିବା ପାଇଁ କହିଛନ୍ତି । ଆମେରିକା ଭୌଗୋଳିକ ସର୍ବେକ୍ଷଣ ସୂଚନା ଦେଇଛନ୍ତି, ଏହି ଭୂକମ୍ପର ତୀବ୍ରତା ୬.୮ ରହିଛି । ଏହା ଗୁଆୟା ପ୍ରଦେଶର ବାଲାଓ ସହରଠାରୁ ପ୍ରାୟ ୧୦ କିଲୋମିଟର (୬.୨ ମାଇଲ) ୬୬.୪ କିଲୋମିଟର (୪୧.୩ ମାଇଲ) ଗଭୀରତାରେ ଘଟିଛି।

ଅଧିକାରୀ କହିଛନ୍ତି ଯେ, ଏହି ଭୂକମ୍ପରେ ସୁନାମି ହେବାର ସମ୍ଭାବନା ନାହିଁ। ଇକ୍ୟୁଏଡରର ରିସ୍କ ମ୍ୟାନେଜମେଣ୍ଟ ସେକ୍ରେଟାରିଏଟ୍ ଏକ ବିବୃତ୍ତିରେ କହିଛି ଯେ, ଭୂକମ୍ପ ଯୋଗୁଁ କୁଏଙ୍କା ସହରରେ ଏକ ଗାଡି ଉପରେ କାନ୍ଥ ଭୁଶୁଡି ପଡିଛି। ଯେଉଁଥିରେ ଚଉଦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ମାଚାଲାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ମହଲା ବିଶିଷ୍ଟ ଘର ଭୁଶୁଡି ପଡିଛି। ଆହୁରି ମଧ୍ୟ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ଅନେକ କ୍ଷେତ୍ରରେ ବିଦ୍ୟୁତ ବିଫଳ ହୋଇଛି। ଇକ୍ୟୁଏଡରର ରାଷ୍ଟ୍ରପତି ଗୁଏଲର୍ମୋ ଲାସୋ କହିଛନ୍ତି ଯେ, ଏକ ଶକ୍ତିଶାଳୀ ଭୂକମ୍ପରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି।

ଏକ ଦୋକାନ ବଜାରରେ କାନ୍ଥ ଭୁଶୁଡ଼ିବା ସମେତ ଅନ୍ୟ ଦୁଇଟି ପ୍ରଦେଶରେ କ୍ଷୟକ୍ଷତି ଘଟିଛି ଏବଂ ଦେଶର ୨୪ ଟି ପ୍ରଦେଶର ଅଧାରୁ ଅଧିକ ସ୍ଥାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି ବୋଲି ସଚିବ କହିଛନ୍ତି। ଏଜେନ୍ସି କହିଛି ଯେ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପେଟ୍ରୋକାଡୋର ସତର୍କତା ଭାବରେ ଅନେକ କାର୍ଯ୍ୟକଳାପକୁ ସ୍ଥଗିତ ରଖିଛି।

Get real time updates directly on you device, subscribe now.