fbpx

ସାହାରା ଇଣ୍ଡିଆର ନିବେଶକ ଫେରି ପାଇବେ ଅର୍ଥ! କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ସାହାରା ଇଣ୍ଡିଆର କୋଟି କୋଟି ନିବେଶକଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ଜମାକାରୀମାନେ ସେମାନଙ୍କର ଜମା ଅର୍ଥ ଫେରି ପାଇବେ । କେନ୍ଦ୍ର ସରକାର ଏନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସାହାରାରେ ଲୋକଙ୍କର ଫଶି ରହିଥିବା ଜମା ଅର୍ଥକୁ ନେଇ ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଏ ବାବଦରେ ଲୋକସଭାରେ ଲିଖିତ ପ୍ରଶ୍ନର ଉତ୍ତର ରଖିଥିଲେ ।

ତେବେ ଏହା ମଧ୍ୟରେ ସାହାରା ଇଣ୍ଡିଆ ଜମା ଅର୍ଥକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ବର୍ତ୍ତମାନ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଫଣ୍ଡରେ ସାହାରର ୨୪ ହଜାର କୋଟି ଜମା ଅର୍ଥ ରହିଛି । ତେବେ ସେଥିମଧ୍ୟରୁ ୫ ହଜାର କୋଟି ନିବେଶକଙ୍କୁ ଫେରସ୍ତ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଯଦି ଏନେଇ ଅନୁମତି ମିଳେ ତେବେ ଜମାକାରୀଙ୍କୁ ୧.୧ କୋଟି ଅର୍ଥ ଫେରସ୍ତ କରାଯାଇପାରେ ।

ତେବେ କେନ୍ଦ୍ର ସରକାରଙ୍କର ଏହି ବଡ଼ ପଦକ୍ଷେପ ଫଳରେ ଏବେ କୋଟି କୋଟି ନିବେଶକଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ଏ କ୍ଷେତ୍ରରେ ଜମାକାରୀ ସେମାନଙ୍କର କଷ୍ଟୋପାର୍ଜିତ ଜମା ଅର୍ଥ ଫେରି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ବର୍ଷ ବର୍ଷ ଧରି ନିବେଶକଙ୍କ ଜମା ଅର୍ଥ ସାହାରା ଇଣ୍ଡିଆରେ ପଡ଼ି ରହିଛି । ପୂର୍ବରୁ ସାହାରା ଗ୍ରୁପର ଦୁଇଟି କମ୍ପାନୀକୁ ନେଇ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଉପରେ ୧୨ କୋଟିର ଜରିମାନା ଲାଗୁ ହୋଇଥିଲା । ୨୦୦୮ ଓ ୨୦୦୯ ମଧ୍ୟରେ ବିଭିନ୍ନ ନିୟମର ଉଲ୍ଲଂଘନ ହୋଇଥିବା ଜଣପଡ଼ିଥିଲା । ଗତ ୨୦୧୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିବେଶକମାନେ ଜମା କରିଥିବା ୨୫,୭୮୧ କୋଟିର ମୂଳ ରାଶି ବଦଳରେ ସେବି-ସାହାରା-ରିଫଣ୍ଡ ଖାତାକୁ ୧୫,୫୦୩ କୋଟି ଟଙ୍କା ଫେରିଥିଲା ।

Get real time updates directly on you device, subscribe now.