fbpx

ବିଶ୍ୱ ପଖାଳ ଦିବସରେ ଜାଣନ୍ତୁ ପଖାଳର ଫାଇଦା: ଶରୀରକୁ ଦିଏ ସୁରକ୍ଷା

ଭୁବନେଶ୍ୱର: ପଖାଳ ସହ ସମସ୍ତ ଓଡ଼ିଆ ବେଶ୍ ପରିଚିତ । ପଖାଳ ମୁଠାଏରେ ଓଡ଼ିଆଙ୍କ ମନପ୍ରାଣ । ଜଗତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଟଙ୍କ ତୋରାଣୀ । କି ଗରିବ କି ଧନୀ, ପଖାଳ କଂସାଏ ହୋଇଗଲେ ସବୁ ଦୁଃଖ ଦୂର ହୋଇଯାଏ । ଅମାପ ଶାନ୍ତି ପାଆନ୍ତି ଓଡ଼ିଆ । ଆଉ ଏଥିପାଇଁ ମାର୍ଚ୍ଚ ୨୦ରେ ପାଳନ କରାଯାଏ ‘ବିଶ୍ୱ ପଖାଳ ଦିବସ’ । ତେବେ ଓଡ଼ିଆଙ୍କ ପ୍ରିୟ ଏହି ପଖାଳ ବାସ୍ତବରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଓ ରୋଗ ସହ ଲଢ଼ିବାକୁ ପ୍ରଚୁର କ୍ଷମତା ଯୋଗାଏ । ଏହି ବିଶ୍ୱାସକୁ ଆହୁରି ଦୃଢ଼ିଭୂତ କରିଛି ମେଡିକାଲ୍ ସାଇନ୍ସ ।

ସୂଚନା ଅନୁସାରେ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ବା ଏମ୍ସ ପକ୍ଷରୁ କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ ପଖାଳରେ ପ୍ରଚୁର ଶକ୍ତି ରହିଛି । ଏହା ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଉଛି । ଏପରିକି ପଖାଳ ଖାଇବା ଦ୍ୱାରା କରୋନା ସହ ଲଢ଼ି ହେବ ବୋଲି ମଧ୍ୟ କୁହାଯାଉଛି । ଓଡ଼ିଶାର ଏହି ପାରମ୍ପାରିକ ପ୍ରିୟ ଖାଦ୍ୟ ପଖାଳ ଓ ତୋରାଣୀରେ ଏଭଳି ଶକ୍ତି ରହିଛି ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ ଗବେଷଣା କରାଯାଇଛି । ଅଧ୍ୟୟନ ଅନୁସାରେ ପଖାଳରେ କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ରହିଛି ଏବଂ ତୋରାଣିରେ ଶର୍ଟ-ଚେନ୍ ଫାଟି ଏସିଡ୍ ଭରପୂର ରହିଛି । ଯାହାକି ଶକ୍ତିବର୍ଦ୍ଧକ ଓ କ୍ଷୀଣ ଶରୀରକୁ ସୁସ୍ଥ ସବଳ ମୋଟା କରିବାରେ ମଧ୍ୟ ସହାୟକ ହୋଇଥାଏ ।

ପଖାଳ ଖାଇବାକୁ ଅନେକଙ୍କୁ ଭଲ ଲାଗିଥାଏ। ଏହା ପାଟିକୁ ମଧ୍ୟ ସୁଆଦିଆ ଲାଗିଥାଏ।ବହୁ ଲୋକଙ୍କ ଧାରଣା ଥାଏ ଯେ ନିୟମିତ ପଖାଳ ଖାଇଲେ ଥଣ୍ଡା ହୋଇଯାଇଥାଏ ଓ  ମୋଟାପଣ ବଢ଼ିଥାନ୍ତି। ଆଉ କିଛି ଭାବିଥାନ୍ତି, ବାସୀ ଭାତ ଖାଲେ ଦେହ ଖରାପ ହୋଇଥିଏ। କିିନ୍ତୁ ପଖାଳ ସ୍ୱାସ୍ଥ୍ୟପ୍ରତି ବହୁତ ଭଲ। ନିୟମିତ ପଖାଳ ଖାଉଥିବା ବ୍ୟକ୍ତି ବହୁତ କମ୍ ରୋଗରେ ପଡିଥାନ୍ତି। ଆସନ୍ତୁ ଜାଣିବା ପଖାଳ ଖାଇଲେ କଣ ସବୁ ଫାଇଦା ମିଳିଥାଏ।

ପଖାଳରେ ଅନେକ ମାତ୍ରାରେ ଫାଇବର୍ ଥିବାରୁ  ଏହାକୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ଆପଣଙ୍କୁ ଯଦି ପ୍ରତିଦିନ ଚାହା ଓ କଫି ପିଇବାର ଖରାପ ଅଭ୍ୟାସ ରହିଛି ଏବଂ ଏହି ଖରାପ ଅଭ୍ୟାସକୁ ଛାଡିପାରୁନାହଁନ୍ତି ତେବେ ସକାଳେ ଉଠି ପଖାଳ ଖାଆନ୍ତୁ ଏହି ଅଭ୍ୟାସ ଦୂର ହୋଇଯିବ।

ପଖାଳ ଖାଇଲେ ଆପଣ ଦିନସାରା ଏନଜେର୍ଟିକ ଅନୁଭବ କରିବେ ଓ ଏଥିସହିତ ଆପଣଙ୍କୁ ସାରାଦିନ ସବୁ କାମ କରିବାକୁ ଶକ୍ତି ଯୋଗାଇବ।

Get real time updates directly on you device, subscribe now.