fbpx

ଲୋକଙ୍କୁ ମୋଦୀ ସରକାରଙ୍କ ବଡ଼ ଉପହାର: ଏହି ଯୋଜନାରେ ମିଳୁଛି ଲକ୍ଷ ଲକ୍ଷ ଟଙ୍କାର ଫାଇଦା

ନୂଆଦିଲ୍ଲୀ: ୨୦୧୪ ମସିହାରୁ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳୁଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ମୋଦୀ ସରକାର ଲୋକଙ୍କୁ ଅନେକ ସୁବିଧା ଯୋଗାଇଦେବାକୁ ଚେଷ୍ଟା କରୁଛନ୍ତି । ମୋଦୀ ସରକାର ଆସିବା ପରେ ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି । ଆସନ୍ତୁ ଜାଣିବା ସେହି ଯୋଜନାଗୁଡ଼ିକ ମଧ୍ୟରୁ କିଛି ଲାଭଦାୟକ ଯୋଜନା ବିଷୟରେ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବୀମା ଯୋଜନା:-
ପ୍ରଧାନମନ୍ତ୍ରୀ ସୁରକ୍ଷ ବିମା ଯୋଜନା ହେଉଛି ଏକ ବର୍ଷର ଦୁର୍ଘଟଣା ବୀମା ଯୋଜନା, ଯାହାକି ଦୁର୍ଘଟଣା ହେତୁ ମୃତ୍ୟୁ କିମ୍ବା ଅକ୍ଷମତା ପାଇଁ କଭରେଜ୍ ପ୍ରଦାନ କରିଥାଏ । ଏହା ବର୍ଷକୁ ବର୍ଷ ନବୀକରଣ ହୋଇପାରିବ । ଏକ ସେଭିଂ ବ୍ୟାଙ୍କ କିମ୍ବା ଡାକଘର ଆକାଉଣ୍ଟ ଥିବା ୧୮-୭୦ ବର୍ଷ ବୟସର ବ୍ୟକ୍ତି ଏହି ଯୋଜନା ଅଧୀନରେ ନାମ ଲେଖାଇବାକୁ ହକଦାର । ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଅକ୍ଷମତା ପାଇଁ ଏହି ଯୋଜନାରେ ଆକସ୍ମିକ ମୃତ୍ୟୁ କମ ଅକ୍ଷମତା କଭର ୨ ଲକ୍ଷ ଟଙ୍କା ମିଳିଥାଏ ।

ଷ୍ଟାର୍ଟଅପ୍ ଇଣ୍ଡିଆ :-
ଜାନୁଆରୀ ୨୦୧୬ ରେ ମୋଦୀ ସରକାରଙ୍କ ଦ୍ୱାରା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଆରମ୍ଭ କରାଯାଇଥିଲା । ଷ୍ଟାର୍ଟଅପ୍ ଇଣ୍ଡିଆ ଆରମ୍ଭ କରିବାର ଉଦ୍ଦେଶ୍ୟ ଥିଲା ଦେଶରେ ଇନୋଭେସନ ଏବଂ ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହିତ କରିବା, ଯାହା ଆର୍ଥିକ ବିକାଶ ପାଇଁ ଅଭିବୃଦ୍ଧି ଘଟାଇବ ଏବଂ ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ପଦକ୍ଷେପ ମାଧ୍ୟମରେ ସରକାର ଷ୍ଟାର୍ଟଅପ୍ ମାନଙ୍କୁ ନବସୃଜନ ଏବଂ ଡିଜାଇନ୍ ମାଧ୍ୟମରେ ବୃଦ୍ଧି କରିବାକୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା
ଚଗ-କଓଝଇଘ ହେଉଛି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହାକି ଚାଷୀଙ୍କ ଜମିର ଆର୍ôଥକ ଆବଶ୍ୟକତା ପୂରଣ ପାଇଁ ୨୦୧୯ ରେ ଆରମ୍ଭ କରାଯାଇଥିଲା । ପ୍ରତିବର୍ଷ ୬୦୦୦ ଟଙ୍କା ଲେଖାଏଁ ଆର୍ଥିକ ଲାଭ ଦିଆଯାଏ । ଏଭଳି ୪ ମାସ ଭିତରେ ୩ଟି କିସ୍ତି ହିସାବରେ ଦିଆଯାଏ । ଏହି ଯୋଜନା ପ୍ରଥମେ କ୍ଷୁଦ୍ର ଓ ସୀମିତ କୃଷକ (ଏସଏମଏଫ) ଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଯାହାର ୨ ହେକ୍ଟର ଜମି ଥିଲା, କିନ୍ତୁ ପରେ ଏହି ଯୋଜନାର ପରିସର ସମସ୍ତ ଜମିହରା ଚାଷୀଙ୍କ ପାଇଁ ବୃଦ୍ଧି କରାଯାଇଥିଲା ।

Get real time updates directly on you device, subscribe now.