fbpx

ପିରିୟଡସ୍ ବେଳେ ସାନିଟାରୀ ପ୍ୟାଡ୍ ଫିଙ୍ଗିବାର ଏହା ହେଉଛି ସଠିକ୍ ଉପାୟ…. ଆପଣ ଜାଣନ୍ତି କି?

ନୂଆଦିଲ୍ଲୀ : ପିରିୟଡସ୍ ରେ ଆତ୍ମ-ସ୍ୱଚ୍ଛତା ବଜାୟ ରଖିବା ପାଇଁ ସାନିଟାରୀ ପ୍ୟାଡ୍ ଫିଙ୍ଗିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କଥା । କେତେକ ମହିଳା ସାନିଟାରୀ ପ୍ୟାଡ୍ କିପରି ଫୋପାଡିବେ ତାହା ଜାଣନ୍ତି ନାହିଁ । ସର୍ବସାଧାରଣ ଶୌଚାଳୟରେ ସାନିଟାରୀ ପ୍ୟାଡ୍ ଗୁଡିକ ଫ୍ଲାଶ୍ କରାଯାଏ ଯାହା ସମ୍ପୂର୍ଣ୍ଣ ଭୁଲ୍ । ଡିସପୋଜେବଲ୍ ସାନିଟାରୀ ପ୍ୟାଡ୍ କିମ୍ବା ଟାମ୍ପନ୍ ବ୍ୟବହାର କରିବା ପରେ, ସେଗୁଡିକୁ ଫିଙ୍ଗିଦେବା ବେଳେ କିଛି ଦିଗ ପ୍ରତି ଧ୍ୟାନରେ ରଖିବା ଆବଶ୍ୟକ ।
ସାନିଟାରୀ ପ୍ୟାଡ୍ କିପରି ଫୋପାଡିବେ
୧) ସାନିଟାରୀ ପ୍ୟାଡ୍ ନିଷ୍କାସନ ପାଇଁ ଏକ ଅଲଗା ଡଷ୍ଟବିନ ରଖନ୍ତୁ କିମ୍ବା ଏକ ପୃଥକ କାଗଜ ବ୍ୟାଗ ରଖନ୍ତୁ ଏବଂ ସେଥିରେ ବ୍ୟବହୃତ ପିରିୟଡ୍ ପ୍ୟାଡ୍ ରଖନ୍ତୁ । ବାକି ଶୁଖିଲା / ଓଦା ଆବର୍ଜନା ସହିତ ଏହାକୁ ମିଶାଇ ରଖନ୍ତୁ ନାହିଁ ।
୨) ବ୍ୟବହୃତ ପ୍ୟାଡକୁ ଫୋପାଡିବା ପୂର୍ବରୁ ଟଏଲେଟ୍ ପେପର କିମ୍ବା ଖବରକାଗଜରେ ଗୁଡ଼ାଇ ରଖନ୍ତୁ । ଆପଣ ଏହାକୁ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍ କିମ୍ବା ପ୍ୟାଡ୍ କଭରରେ ମଧ୍ୟ ଗୁଡ଼ାଇ ପାରିବେ । ଏହା କରିବା ଗନ୍ଧ, ଜୀବାଣୁ ଏବଂ ମାଛି ପ୍ୟାଡ ପ୍ରତି ଆକର୍ଷିତ ହେବା ଠାରୁ ଦୂରେଇ ରଖିବେ ।
୩) ବ୍ୟବହୃତ ସାନିଟାରୀ ନାପକିନ୍ ଯେଉଁ ଡଷ୍‌ଟବିନ୍ ରେ ଫୋପାଡିଛନ୍ତି ସେଥିରେ ଢାଙ୍କୁଣୀ ଥିବା ଆବଶ୍ୟକ । ପ୍ରତ୍ୟେକ ଥର ଆପଣ ଏକ ବ୍ୟବହୃତ ସାନିଟାରୀ ପ୍ୟାଡ୍ ବେଳେ ଜରି ବା କାଗଜର ମୁହଁକୁ ଭିତର ପଟକୁ ବୁଲାଇ ରଖନ୍ତୁ ବା ବାନ୍ଧି ଦିଅନ୍ତୁ । ଏହା ଦ୍ୱାରା ଦୁର୍ଗନ୍ଧ ଏବଂ କୀଟପତଙ୍ଗକୁ ମଧ୍ୟ ଦୂରେଇ ରହିବ ।
ଏହି ଭୁଲ କରନ୍ତୁ ନାହିଁ
ସାନିଟାରୀ ନାପକିନ୍ କୁ କେବେବି ଫ୍ଲଶ୍ କରନ୍ତୁ ନାହିଁ କାରଣ ସେମାନେ ପାଇପ୍ ବନ୍ଦ ହୋଇଯିବ । ପ୍ରାୟତଃ ଲୋକମାନେ ସର୍ବସାଧାରଣ ଶୌଚାଳୟରେ ଏପରି କରନ୍ତି । କିନ୍ତୁ ତାହା କର ନାହିଁ । ଯେତେବେଳେ ଆପଣ ଅଧିକ ସମୟ ପାଇଁ ବାହାରକୁ ଯାଉଛନ୍ତି, ନିଜ ସାଙ୍ଗରେ ପେପର ବା ଜରି ରଖନ୍ତୁ । ବ୍ୟବହୃତ ପ୍ୟାଡକୁ କାଗଜରେ ଗୁଡ଼ାଇ ଡଷ୍ଟବିନରେ ପକାନ୍ତୁ ।

Get real time updates directly on you device, subscribe now.