fbpx

୫୬ଭୋଗ ଖାଇବା ଚକ୍କରରେ ୩୫ ଦିନ ଧରି ବେଲୁଛନ୍ତି ରୁଟି

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ଇଚ୍ଛାଥିଲା ଧୁମ ଖିଆପିଆ ହେବ । ନାଚଗୀତ ହେବ । ୫୬ ପ୍ରକାର ଆଇଟମରେ ସ୍ୱାଦନେବେ । ସବୁ ଇଚ୍ଛା ପୁରା ବି ହେଲା । କିନ୍ତୁ ଇଚ୍ଛାପୂରଣ ହେବା ମାତ୍ରେହିଁ ଆରମ୍ଭ ହୋଇଗଲା ଦୁର୍ଦଶା । ପ୍ରକୃତରେ ପଶ୍ଚିମବଂଗ ଆସନସୋଲ ର ଜଣେ ବ୍ୟକ୍ତି ବାହାହେବାକୁ ରାମଗଡ ଆସିଥିଲେ । ସାଙ୍ଗରେ ଥିଲେ ୭୦ ବରଯାତ୍ରୀ । କିନ୍ତୁ ବାହାଘର ସରୁସରୁ ଲକ ଡାଉନ ଘୋଷଣା ହୋଇଗଲା । ସେବେଠୁ ଏଯାଏ ବରଯାତ୍ରୀ କନ୍ୟାଘରେ ଆଶ୍ରୟ ନେଇଛନ୍ତି । ପ୍ରଥମେ ଦିନେ ଦୁଇଦିନ କନ୍ୟାପକ୍ଷ ବରଯାତ୍ରୀଙ୍କ ଖାଇବା ପିଇବା କଥା ବୁଝିଲେ ।ହେଲେ ଲକ ଡାଉନ କାରଣରୁ ଏତେ ଲୋକଙ୍କ ପାଇଁ ରାସନ ଯୋଗାଡରେ ସଫଳ ହେଲେନାହିଁ । ତଛଡା ବାହାଘରକୁ ରୋଷେଇ କରିବାକୁ ଆସିଥିବା ରୋଷେଇଆ ବି ଦୁଇଦିନ ପରେ ଚାଲିଗଲା ।ଏବେ ଏତେ ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧିବା ଓ ପରଷିବା ବି କନ୍ୟା ଘରପାଇଁ କଠିନ ହୋଇଗଲା ।

କିନ୍ତୁ ଏହି ଅସୁବିଧା ଦେଖି କିଛି ସ୍ୱେଚ୍ଛାସେବୀ ସଂଗଠନ ରାସନ ଯୋଗାଇ ଦେଲେ । ହେଲେ ଏତେ ଲୋକଙ୍କ ପାଇଁ ରୋଷେଇ କରିବ କିଏ ? ବାଧ୍ୟ ହୋଇ ବାହାଘର ଭୋଜିରେ ୫୬ ପ୍ରକାର ଖାଦ୍ୟର ସ୍ୱାଦ ନେବାକୁ ଆସିଥିବା ବରଯାତ୍ରୀ ନିଜେ ଅଟାଦଳିବା ଓ ପରିବା କାଟିବା କାମ ଆରମ୍ଭ କଲେ ।ଏବେ ଗତ ୩୫ ଦିନ ଧରି ସେମାନେ ଏହି କାମରେ ହିଁ ଲାଗିଛନ୍ତି ।ରେଷେଇ ନକଲେ ଖାଇବେ ବା କଣ ?

Get real time updates directly on you device, subscribe now.