fbpx

୧୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଏହି ଦିଗଜ ଆଇଟି କମ୍ପାନୀ, ବୈଶ୍ୱିକ ଆର୍ଥିକ ସଙ୍କଟ କାରଣରୁ ନିଷ୍ପତି

ନୂଆଦିଲ୍ଲୀ: ଆଇଟି ସେବା ପ୍ରଦାନକାରୀ କମ୍ପାନୀ Accenture ୨.୫ ପ୍ରତିଶତ କର୍ମଚାରୀ କିମ୍ବା ୧୯,୦୦୦ ଚାକିରି ହ୍ରାସ କରିବ ବୋଲି କହିଛି। କମ୍ପାନୀ ଏହାର ବାର୍ଷିକ ରାଜସ୍ୱ ଏବଂ ଲାଭ ଆକଳନକୁ ମଧ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । କମ୍ପାନୀର ଏହି ନିଷ୍ପତ୍ତିରୁ ଏହି ସଙ୍କେତ ମିଳୁଛି ଯେ, ଆର୍ଥିକ ଦୃଷ୍ଟିକୋଣର ଅବନତି ହେତୁ କର୍ପୋରେଟ୍ କମ୍ପାନୀଗୁଡିକ ଆଇଟି ସେବାରେ ସେମାନଙ୍କ ଖର୍ଚ୍ଚ ହ୍ରାସ କରିବା ଆରମ୍ଭ କରିଛନ୍ତି ।

କୁହାଯାଉଛି ଯେ, ଆର୍ଥିକ ମାନ୍ଦାବସ୍ଥା ଏବଂ ଖର୍ଚ୍ଚ କାଟ କରିବା ଯୋଜନା ମଧ୍ୟରେ କମ୍ପାନୀ ଗୁରୁବାର ନିଜର ବାର୍ଷିକ ରାଜସ୍ୱ ବୃଦ୍ଧି ଏବଂ ଲାଭକୁ ମଧ୍ୟ ହ୍ରାସ କରିଛି । କମ୍ପାନୀର ତାଜା ଆକଳନ ଅନୁଯାୟୀ ସ୍ଥାନୀୟ ମୁଦ୍ରାରେ ଏହାର ବାର୍ଷିକ ରାଜସ୍ୱ ଅଭିବୃଦ୍ଧି ୮% ରୁ ୧୦% ହୋଇପାରେ । କମ୍ପାନୀ ପୂର୍ବରୁ ୮% ରୁ ୧୧% ରାଜସ୍ୱ ଅଭିବୃଦ୍ଧିର ପୂର୍ବାନୁମାନ କରିଥିଲା ।

ଏକ ବୟାନରେ କମ୍ପାନୀ କହିଛି ଯେ, ବର୍ତ୍ତମାନ୍ Accenture ଛଟେଇ କରୁଥିବା କର୍ମଚାରିଙ୍କ ମଧ୍ୟରୁ ୨.୫ ପ୍ରତିଶତ କର୍ମଚାରୀଙ୍କ ସଂଖ୍ୟା କମାଇ ଦିଆଯିବ । ତେବେ ଏହି ଛଟେଇରେ ଅଧାରୁ ଅଧିକ ଅଣ-ବିଲ୍ ଯୋଗ୍ୟ କର୍ପୋରେଟ୍ କାର୍ଯ୍ୟଗୁଡ଼ିକରେ କରାଯିବ । କମ୍ପାନୀର ଏହି ନିଷ୍ପତ୍ତି ପରେ, Accenture ର ସୟୋର ମୂଲ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି ।

ଆର୍ଥିକ ବର୍ଷ ୨୦୨୩ ର ଦ୍ୱିତୀୟ ତୈମାସିକରେ ଏହାର କାର୍ଯ୍ୟକୁ ଶୃଙ୍ଖଳିତ କରିବା, ଅଣ-ବିଲ୍ କର୍ପୋରେଟ୍ କାର୍ଯ୍ୟଗୁଡ଼ିକୁ ରୂପାନ୍ତର କରିବା ଏବଂ ଖର୍ଚ୍ଚ କାଟିବା ପାଇଁ ଅଫିସ୍ ସ୍ଥାନକୁ ଏକତ୍ର କରିବା ପାଇଁ ପଦକ୍ଷେପ ନେଉଛି।

ବୈଶ୍ୱିକ ଆର୍ଥିକ ସଙ୍କଟକୁ ନଜରରେ ରଖି ଏବେ ବିଭିନ୍ନ ଆଇଟି କମ୍ପାନୀ ବଡ଼ ଧରଣର ଛଟେଇ କରୁଛନ୍ତି । ଚଳିତ ସପ୍ତାହ ସୋମବାର ଆମାଜନ ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତି ନେଇଥିଲା । ଏହା ପୁର୍ବ ସପ୍ତାହରେ ଫେସ୍‌ବୁକ୍ ୧୦ ହଜାର କର୍ମଚାରିଙ୍କ ଛଟେଇ କରିଥିଲା।

 

Get real time updates directly on you device, subscribe now.