fbpx

କ୍ଷମା କର, ମୁଁ ତୁମ ଅପେକ୍ଷା କରିପାରିବିନି…ଭୟଙ୍କର ରୋଗ ପାଇଁ ସିଦ୍ଧୁଙ୍କୁ ପତ୍ନୀ ଲେଖିଲେ ଏମିତି ଚିଠି

ନୂଆଦିଲ୍ଲୀ: ହତ୍ୟା ମାମଲାରେ ଜେଲ କାଟୁଥିବା ନବଜୋତ ସିଂ ସିଦ୍ଧୁ ଖୁବଶୀଘ୍ର ମୁକୁଳିବା ନେଇ ଆଲୋଚନା ହେଉଛି । କିନ୍ତୁ ଏହା ମଧ୍ୟରେ ପତ୍ନୀ ନବଜୋତ କୌର ସିଦ୍ଧୁଙ୍କ ନିକଟରୁ ସେ ପାଇଛନ୍ତି ଏକ ଚିଠି । ଯେଉଁଥିରେ ପତ୍ନୀ ତାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହିତ ସେ ତାଙ୍କ ଦେହରେ ବଢୁଥିବା ଭୟାନକ ରୋଗ ବିଷୟରେ ମଧ୍ୟ କହିଛନ୍ତି । ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ପୂର୍ବତନ କ୍ରିକେଟରଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ।

ରିପୋର୍ଟ ଅନୁସାରେ ସିଦ୍ଧୁଙ୍କ ପତ୍ନୀ ବର୍ତ୍ତମାନ କ୍ୟାନ୍ସରର ଦ୍ୱିତୀୟ ଷ୍ଟେଜରେ ରହିଛନ୍ତି । ସେପଟେ ସିଦ୍ଧୁ ଏବେ ବି ଜେଲରେ ଥିବାରୁ ସେ ତାଙ୍କୁ ଏକ ଚିଠି ଲେଖିଛନ୍ତି । ରୋଗ ସମ୍ପର୍କରେ ଜାଣିବା ପରେ ସେ ତାଙ୍କ ସ୍ୱାମୀ(ନବଜୋତ ସିଂ ସିଦ୍ଧୁ)ଙ୍କୁ କ୍ଷମା ମାଗିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ, ସିଦ୍ଧୁ ଏମିତି ଏକ କାରଣ ପାଇଁ ଜେଲ ଭୋଗୁଛନ୍ତି, ଯେଉଁ ଦୋଷ ସେ କରିନାହାନ୍ତି । ତେଣୁ ଏହି ମାମଲାରେ ସାମିଲ ଥିବା ସମସ୍ତଙ୍କୁ କ୍ଷମା କରି ଦିଅନ୍ତୁ । ଏହା ସହିତ ସେ ଲେଖିଛନ୍ତି, ମୋତେ ଷ୍ଟେଜ-୨ କ୍ୟାନ୍ସର ଏବଂ ଏଥିପାଇଁ ମୁଁ କାହାକୁ ଦୋଷ ମଧ୍ୟ ଦେଇ ପାରିବିନି । କାରଣ ଏହା ଭଗବାନଙ୍କ ଇଚ୍ଛା ।

ଏହାପରେ ନବଜୋତ କୌର ଲେଖିଛନ୍ତି ଯେ, ବାରମ୍ବାର ନ୍ୟାୟ ପାଇଁ ଗୁହାରି କରିବା ପରେ ମଧ୍ୟ ନ୍ୟାୟ ମିଳିଲା ନାହିଁ । କ୍ଷମା କରିବ ମୁଁ ତୁମ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରି ପାରିବି ନାହିଁ । କାରଣ ମୋତେ କ୍ୟାନ୍ସର ଏବଂ ମୁଁ ଏହାର ଦ୍ୱିତୀୟ ଷ୍ଟେଜରେ ପହଞ୍ଚି ସାରିଛି । ଆଜି ସର୍ଜରୀ ହେବାର ଅଛି । ତେବେ ଏଥିପାଇଁ କାହାକୁ ଦୋଷ ଦିଆଯାଇ ପାରିବ ନାହିଁ । ଏହା ଭଗବାନଙ୍କ ଇଚ୍ଛା ବୋଲି ଚିଠିରେ ଲେଖି ସିଦ୍ଧୁଙ୍କ ପାଖକୁ ଜେଲକୁ ପଠାଇଛନ୍ତି ।

Get real time updates directly on you device, subscribe now.