fbpx

ଖୁବଶୀଘ୍ର ଫେରୁଛନ୍ତି ଋଷଭ: ପନ୍ତଙ୍କୁ ଭେଟିଲେ ରାଇନା, ହରଭଜନ ଓ ଶ୍ରୀସନ୍ଥ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଏବେ ବି ଚିକିତ୍ସାରତ ଅଛନ୍ତି । ସର୍ଜରୀ ପରେ ବର୍ତ୍ତମାନ ସେ ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ଖୁବଶୀଘ୍ର ଦଳକୁ କମବ୍ୟାକ କରିବେ ବୋଲି ଆଶା କରିଛନ୍ତି ଭାରତୀୟ ଫ୍ୟାନ୍ସ । ତେବେ ଏହା ମଧ୍ୟରେ ଶନିବାର ଋଷଭଙ୍କ ଘରେ ପହଞ୍ଚିଛନ୍ତି ଟିମ ଇଣ୍ଟିଆର ୩ ଜଣ ବିଶ୍ୱ ବିଜେତା । ପନ୍ତଙ୍କ ଘରେ ପହଞ୍ଚି ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଖୁବଶୀଘ୍ର ଦଳକୁ ଫେରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ସୁରେଶ ରାଇନା, ହରଭଜନ ସିଂହ ଏବଂ ଏସ. ଶ୍ରୀସନ୍ଥ ଅଚାନକ ଋଷଭଙ୍କ ଘରେ ପହଞ୍ଚିଛନ୍ତି । ତେବେ ସୁୂରେଶ ରାଇନା ସମସ୍ତଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ କରିବା ସହ ସୁନ୍ଦର ମେସେଜ ଲେଖିଛନ୍ତି । ଏହି ଫଟୋରେ ଆହତ ଋଷଭ ପନ୍ତଙ୍କ ସହ ସୁରେଶ ରାଇନା, ହରଭଜନ ସିଂ ବସିଥିବା ବେଳେ ପଛରେ ଶ୍ରୀସନ୍ଥଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଫଟୋକୁ ଅପଲୋଡ କରିଛନ୍ତି ସୁରେଶ ରାଇନା । ଏହା ସହିତ ସେ ଲେଖିଛନ୍ତି, ଭାଇଚାରା ହେଉଛି ସବୁକିଛି । ଯେଉଁଠି ଆମର ମନ ରହିଛି, ତାହା ହେଉଛି ପରିବାର । ଏହା ସହିତ ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରି ମେସେଜରେ ଲେଖିଛନ୍ତି ଯେ ପରିବାର, ଜୀବନ, ଭାଇଚାରା ଏବଂ ସମୟ ଉପରେ ବିଶ୍ୱାସ ରଖିଥାଅ ଭାଇ । ଆମେ ସର୍ବଦା ତୁମ ସହ ଅଛୁ ।

Yuvraj Singh meets Rishabh Pant, shares picture with India star: This  champion is going to rise again - India Today

ଏହା ପୂର୍ବରୁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ମଧ୍ୟ ଋଷଭଙ୍କ ପାଖରେ ପହଞ୍ଚିଥିଲେ । ସେ ମଧ୍ୟ ପନ୍ତଙ୍କ ସୁସ୍ଥ କାମନା କରି ସେ କହିଥିଲେ ଯେ, ଧିରେ ଧିରେ ସୁସ୍ଥ ହେଉଥିବା ଋଷଭ ପନ୍ତ ଖୁବଶୀଘ୍ର ପିଟ ହୋଇ ପୁଣିଥରେ କମାଲ କରିବାକୁ ମଇଦାନକୁ ଓହ୍ଲାଇବେ । ଦୁର୍ଘଟଣାରେ ଆହତ ହୋଇ ଋଷଭ ପନ୍ତ ଚଳତବର୍ଷର ଆଇପିଏଲ ସହ ବିଶ୍ୱ ଟେଷ୍ଟ ଚମ୍ପିଆନସିପରୁ ମଧ୍ୟ ବାଦ୍ ପଡିଛନ୍ତି । ଏହାସହ ତାଙ୍କର ଦିନିକିଆ ବିଶ୍ୱକପ ଖେଳିବା ନେଇ ମଧ୍ୟ ଆଶଙ୍କା ଲାଗି ରହିଛି ।

Get real time updates directly on you device, subscribe now.