fbpx

ମଣିଷର ସ୍ପର୍ମ ଚୋରି କରୁଛନ୍ତି ଏଲିୟନ! କାରଣ ସହ ଏମିତି ଦାବି କଲେ ୟୁଏଫଓ ଏକ୍ସପର୍ଟ

ନୂଆଦିଲ୍ଲୀ: ଅଲଗା ଗ୍ରହ ଏବଂ ସେଠାରେ ଜୀବନର ସମ୍ଭାବନାକୁ ନେଇ ବୈଜ୍ଞାନିକ ଦୀର୍ଘ ଦିନରୁ ରିସର୍ଚ୍ଚ ଜାରି ରଖିଛନ୍ତି । ତେବେ ଅନ୍ୟଗ୍ରହରେ ରହୁତିବା ଜୀବମାନଙ୍କୁ ନେଇ ମଧ୍ୟ ଅନେକ ସମୟରେ ବିଭିନ୍ନ ଆଲୋଚନା ହୋଇଥାଏ । ୟୁଏଫଓ ଦେଖାଯିବା ଏବଂ ଏହା ସହ ଜଡିତ ଘଟଣାଗୁଡିକୁ ନେଇ ଅନେକ ତଥ୍ୟ ମଧ୍ୟ ସାମନାକୁ ଆସେ । ତେବେ ବର୍ତ୍ତମାନ ଯେଉଁ ଦାବି ହେଉଛି ତାହା ସମସ୍ତଙ୍କ ମନରେ ଭୟ ଖେଳାଇ ଦେଇଛି । ୟୁଏଫଓ ଏକ୍ସପର୍ଟ ବର୍ତ୍ତମାନ ଏମିତି ଏକ ଦାବି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏଲିୟନମାନଙ୍କ ନଜର କେବଳ ମଣିଷ ନୁହେଁ, ମଣିଷର ରିପ୍ରଡକ୍ଟିଭ ସିଷ୍ଟମ ଉପରେ ମଧ୍ୟ ରହିଥିବା ଦାବି କରିଛନ୍ତି ଏକ୍ସପର୍ଟ ।

ୟୁଏଫଓ ଏବଂ ଏଲିୟନ ଏକ୍ସପର୍ଟ କୋଲିନ ସାଣ୍ଡର୍ସ ଦାବି କରିଛନ୍ତି ଯେ, ଏଲିୟନ ବର୍ତ୍ତମାନ ମଣିଷର ରିପ୍ରଡକ୍ଟିଭ ସିଷ୍ଟମ ଉପରେ ମଧ୍ୟ ଦଖଲ କରିବାକୁ ଚେଷ୍ଟା କରୁଛନ୍ତି । ମଣିଷ ପରି ଦେଖାଯାଉଥିବା ହାଇବ୍ରିଡ ଏଲିୟନ୍ସମାନଙ୍କର ଏକ ସେନା ଗଠନ କରିବା ହେଉଛି ସେମାନଙ୍କର ଲକ୍ଷ୍ୟ । ଏହି ହାଇବ୍ରିଡ ଏଲିୟନ ମାନଙ୍କ ଦ୍ୱାରା ପୃଥିବୀ ଉପରେ କବଜା କରିବା ପାଇଁ ସେମାନେ ଯୋଜନା କରୁଥିବା ସାଣ୍ଡର୍ସ ଦାବି କରିଛନ୍ତି । କୋଲିନଙ୍କ କହିବା ଅନୁସାରେ, ଏଲିୟନମାନଙ୍କର ଏହି ପ୍ଲାନ ବିଷୟରେ କିଛି ଜଣା ନାହିଁ, କିନ୍ତୁ ସେମାନେ ହାଇବ୍ରିଡ ରେସର କନସେପ୍ଟ ଉପରେ କାମ କରୁଛନ୍ତି । ଏହାପରେ ସେ କହିଛନ୍ତି ଯେ ଘରର କୌଣସି ସଦସ୍ୟ ମଧ୍ୟ ଏଲିୟନ ହୋଇପାରନ୍ତି ଯାହାକୁ ଆମେ ଚିହ୍ନି ପାରୁ ନାହାନ୍ତି ।

ତେବେ କୋଲିନ ନିଜ ଅଭିଜ୍ଞତାକୁ ନେଇ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଏଥିରେ ସେ ହାଇବ୍ରିଡ ଏଲିୟନ୍ସଙ୍କ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ଏମାନେ ମଣିଷ ପରି ଦେଖାଯାଆନ୍ତି, କିନ୍ତୁ ସେମାନଙ୍କୁ ଚିହ୍ନିବା କଷ୍ଟକର । ତେବେ ଯେଉଁମାନେ ଏଲିୟନ୍ସଙ୍କ ଦ୍ୱାରା ଅପହରଣ ହୋଇଥିବା କୁହାଯାଉଛି, ତାହା ମଧ୍ୟ ସେମାନଙ୍କର ପ୍ଲାର ଅଂଶ ବୋଲି କହିଛନ୍ତି ଏକ୍ସପର୍ଟ କୋଲିନ । ଏମାନଙ୍କୁ ନେଇ ସେଠାରେ ମଣିଷର ସ୍ପର୍ମ ଏବଂ ଏଗ୍ସ ଚୋରି କରି ନେଉଥିବା ସେ ଦାବି କରିଛନ୍ତି । ଏଗୁଡିକୁ ମିଶାଇ ସେଠାରେ ହ୍ୟୁମାନ ଏଲିୟନ ହାଇବ୍ରିଡ ପ୍ରସ୍ତୁତ ହୋଇଥାଏ ବୋଲି କହିଛନ୍ତି କୋଲିନ ସଣ୍ଡର୍ସ ।

Get real time updates directly on you device, subscribe now.