fbpx

ବାହାଘର ମଣ୍ଡପରେ ମାଙ୍କଡ଼ର ନାଟ: ବର-କନ୍ୟା ଉପରେ ଚଢ଼ି କଲା ଉତ୍ପାତ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ବାହାଘରର ଅନେକ ଭିଡିଓ ସେୟାର ହେଉଛି । ଏହାକୁ ଦେଖି ୟୁଜର୍ସମାନଙ୍କ ମନ ମଧ୍ୟ ଖୁସିରେ ଫାଟି ପଟୁଛି । ବାହାଘର ସମୟରେ ବରଠାରୁ ନେଇ କନ୍ୟା ପର୍ଯ୍ୟନ୍ତ, ସମସ୍ତେ ଏହାକୁ ଖାସ୍ କରିବାକୁ କିିଛି ନିଆରା କରୁଥିବା ଦେଖିବାକୁ ମିଳିଛି ।

ସେହିପରି ସୋସିଆଲ ମିଡିଆରେ ବରଯାତ୍ରୀଙ୍କ ଅଜବ ପ୍ରକାରର ଡ୍ୟାନ୍ସ ମଧ ଖୁବ୍ ଚର୍ଚ୍ଚାରେ ରହିଛି । ନିକଟରେ ଏକ ବିବାହ ସମାରୋହର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ ଉତ୍ପାତ କରୁଥିବା ଦେଖିବାକୁ ମିଳିଛି ।

ତେବେ ସାରାଦେଶରେ ବିବାହ ସମୟରେ ଅନେକ ପ୍ରକାରର ରୀତିନୀତି ପାଳନ କରାଯାଇଥାଏ । ଏପରି ପରିସ୍ଥିତିରେ ଭାଇରାଲ ହେଉଥିବା ଭିଡିଓରେ ବର-କନ୍ୟା ବାହାଘରର କୌଣସି ଏକ ରୀତି କରୁଥିବା ନଜର ଆସିଛନ୍ତି । ସେହି ସମୟରେ ଦୁହେଁଁ ପରସ୍ପରଙ୍କ ଉପରେ ହଳଦିଆ ରଙ୍ଗର ଚାଉଳ ଢ଼ାଳୁଥିବା ଦେଖିବାକୁ ମିଳିଛି । ଠିକ୍ ସେତିକିବେଳେ ଏକ ମାଙ୍କଡ ସେଠାରେ ପହଞ୍ଚି ସମସ୍ତଙ୍କୁ ଧମାକାଇବା ସହ ବରର ମୁଣ୍ଡ ଉପରେ ବସି ଉତ୍ପାତ ମଚାଇଥିଲା । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା କୁଣିଆମାନେ ଚିତ୍କାର କରିବାକୁ ଲାଗିଥିଲେ ।

ଭିଡିଓଟିକୁ ୭.୨ ମିଲିୟନରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୨ ଲକ୍ଷ ୫୫ ହଜାରରୁ ଅଧିକ ଲାଇକ୍ ମିଳିଛି । ଭିଡିଓରେ ମାଙ୍କଡଟି ବିବାହ ସମାରୋହରେ ପହଞ୍ଚି ବରର ମୁଣ୍ଡ ଉପରେ ଚଢ଼ି ଚାଉଳ ଖାଇବାକୁ ଚେଷ୍ଟା କରିଥିଲା । ଲୋକଙ୍କ ଚିକ୍ରାର ଶୁଣି ଶେଷରେ ମାଙ୍କଡଟି ଘଟଣାସ୍ଥଳରୁ ପଳାଇଯାଇଥିଲା । ଦେଖନ୍ତୁ ଏହାର ଭାଇରାଲ ଭିଡିଓ…

Get real time updates directly on you device, subscribe now.