fbpx

କରୋନା ପାଇଁ ବଦଳିଗଲା ଡେଟିଂ ଫର୍ମ୍ୟୁଲା, ଏପରି ଖୋଜା ଚାଲିଛି ପାର୍ଟନର

ପୂର୍ବରୁ ଲୋକମାନେ ନିଜ ନିଜର ଜୀବନ ସାଥୀ ଖୋଜିବାକୁ ଡେଟିଂରେ ଯିବାକୁ ପସନ୍ଦ କରୁଥିଲେ । କଫି ବା ବାହାରେ ବୁଲାବୁଲି କରିବା ବାହାନାରେ ପାର୍ଟନର ସହ ସମୟ ବିତାଉଥିଲେ । ଏସବି ପରେ ସବୁ କିଛି ଠିକ୍ ରହିଲେ ପ୍ରେମ ସମ୍ପର୍କ ଆଗକୁ ବଢୁଥିଲା । କିନ୍ତୁ କରୋନା ଯୋଗୁଁ ଏହି ଡେଟିଂ ଫର୍ମ୍ୟୁଲାରେ କିଛିଟା ପରିବର୍ତ୍ତନ ହୋଇଯାଇଛି । ଆଗରୁ କଥା ହେବାର ୨ ଦିନ ପରେ ଦେଖା ଓ ବୁଲାବୁଲି ଆରମ୍ଭ କରୁଥିଲେ ଯୁବକ-ଯୁବତୀ । କିନ୍ତୁ ଏବେ ଲକ୍-ଡାଉନ୍ ପାଇଁ ସେସବୁ କରିବା ସମ୍ଭବ ନୁହେଁ ।

ଯୁବକ-ଯୁବତୀମାନେ ଡେଟିଂ ପାଇଁ ଏବେ ବାହାରକୁ ନଯାଇପାରି କେବଳ ଅନ ଲାଇନରେ କଥା ହେଉଛନ୍ତି । ଏହାବି ଗୋଟେ ପ୍ରକାରର ଭଲ ବୋଲି କିଛି ବିଶେଷଜ୍ଞ କହିଛନ୍ତି । କାରଣ ଅନ-ଲାଇନରେ ବହୁ ସମୟ କଥା ହେବା ପରେ ଆପଣ ତାଙ୍କ ପସନ୍ଦ ଓ ନାପସନ୍ଦ ଜାଣିବା ସହ ବ୍ୟକ୍ତିର ବ୍ୟକ୍ତିତ୍ୱ ମଧ୍ୟ ଭଲ ଭାବରେ ଜାଣିପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ମଧ୍ୟ ଆହୁରି ଦୃଢ ହେବ । ଏନେଇ ଅନ୍-ଲାଇନ୍ ଡେଟିଂ ଆପଗୁଡିକର ଚାହିଦା ମଧ୍ୟ ବଢିଚାଲିଛି ।

Get real time updates directly on you device, subscribe now.