fbpx

ଏହି ତାରିଖରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ : ଏହି ରାଶିର ଲୋକମାନଙ୍କୁ ହେବ ଫାଇଦା !

୨୦୨୩ ମସିହାରେ ୨ ଟି ସୂର୍ଯ୍ୟପରାଗ ଏବଂ ୨ ଟି ଚନ୍ଦ୍ରଗ୍ରହଣ ଲାଗିବ । ଏଥିରୁ ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲରେ ଲାଗିବ ଓ ଚନ୍ଦ୍ରଗ୍ରହଣ ମେ’ରେ ଲାଗିବ । ୨ଟି ଗ୍ରହଣ ମଧ୍ୟରେ କେବଳ ୧୫ ଦିନର ପାର୍ଥକ୍ୟ ରହିବ । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ ୫ ତାରିଖ ଦିନ ବୁଦ୍ଧ ପୂର୍ଣ୍ଣିମାଠାରେ ଲାଗିବ । ଚନ୍ଦ୍ରଗ୍ରହଣର ସମୟ ରାତି ୮:୪୫ ରୁ ରାତି ୧:୦୦ ପର୍ଯ୍ୟନ୍ତ ରହିବ । ଏହିପରି ଚନ୍ଦ୍ରଗ୍ରହଣ ପ୍ରାୟ ୪ ଘଣ୍ଟା ୧୫ ମିନିଟ୍ ଲାଗିବ । ଯେହେତୁ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏହାର ସୂତାକ ଅବଧି ବୈଧ ହେବ ନାହିଁ । କିନ୍ତୁ ଏହି ଚନ୍ଦ୍ରଗ୍ରହଣ କିଛି ରାଶିର ଲୋକଙ୍କ ଉପରେ ବହୁତ ଶୁଭ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା କେଉଁ କେଉଁ ରାଶି…

ମିଥୁନ: ମିଥୁନ ରାଶିର ଲୋକଙ୍କ ପାଇଁ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବହୁତ ଶୁଭ ହେବ । ନୂଆ ବ୍ୟବସାୟ ଆରମ୍ଭ କରିପାରିବ । କ୍ୟାରିୟରରେ ଲାଭ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ବିନା ଭୟରେ ଆଗକୁ ବଢ଼ିବେ ଏବଂ ଏହାର ଲାଭ ମଧ୍ୟ ପାଇବେ ।

କର୍କଟ: କର୍କଟ ରାଶିର ଲୋକଙ୍କ ପାଇଁ ମେ ୫ ବା ବୁଦ୍ଧ ପୂର୍ଣ୍ଣିମାରେ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ବହୁତ ଶୁଭ ଫଳ ଦେବ । ଆପଣଙ୍କ ମାନ-ସମ୍ମାନ ବଢ଼ିବ । ସମାଜରେ ଲୋକପ୍ରିୟତା ବଢ଼ିବ । ପାରିବାରିକ ଜୀବନରେ ମଧ୍ୟ ସୁଖ ମିଳିବ ।

ସିଂହ: ଚନ୍ଦ୍ରଗ୍ରହଣ ସିଂହ ରାଶିର ଲୋକଙ୍କ ପାଇଁ ବହୁତ ଭଲ ରହିବ । ଯେଉଁମାନେ ବ୍ୟବସାୟରେ ଅଛନ୍ତି, ସେମାନେ ବହୁତ ଲାଭ ପାଇପାରିବେ । ଉତ୍ତମ ଡିଲ୍ ମିଳିପାରିବ । କେଉଁଆଡେ ବୁଲିବାକୁ ଯାଇପାରନ୍ତି । ଯଦି ଆପଣ ନିଜ ଖର୍ଚ୍ଚ ନିୟନ୍ତ୍ରଣ କରିବାରେ ସଫଳ ହେବେ, ତେବେ ସମୟ ଭଲରେ କଟିବ ।

କନ୍ୟା: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ କନ୍ୟା ରାଶିର ଲୋକଙ୍କୁ ଧନ ଲାଭ କରାଇପାରେ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନିବେଶରୁ ଲାଭ ମିଳିବ । ସମୟ ସଞ୍ଚୟ ପାଇଁ ମଧ୍ୟ ଭଲ ।

ଧନୁ: ମେ ୨ ୫ ରେ ଲାଗିବାକେୁ ଯାଉଥିବା ଚନ୍ଦ୍ରଗ୍ରହଣ ଧନୁ ରାଶି ଲୋକଙ୍କୁ କିଛି ଭଲ ଖବର ଦେଇପାରେ । ଆପଣ ବହୁତ ବଡ଼ ସଫଳତା ପାଇପାରନ୍ତି । ସମ୍ପର୍କ ଭଲ ହେବ । ପରିବାର ସହିତ ଆନନ୍ଦରେ ସମୟ ଅତିବାହିତ କରିବେ ।

Get real time updates directly on you device, subscribe now.