fbpx

ଶୋଇଥିବା ଅବସ୍ଥାରେ ୨ ସାଧୁଙ୍କୁ ହତ୍ୟା

ବୁଲନ୍ଦସହର,୨୮ ।୪: ମହାରାଷ୍ଟ୍ରର ପାଲଘରରେ ୨ ସାଧୁଙ୍କୁ ପିଟି ପିଟି ହତ୍ୟାର ମାତ୍ର କିଛି ଦିନ ମଧ୍ୟରେ ଉତ୍ତରପ୍ରଦେଶରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ବୁଲନ୍ଦସହରର କୋତବାଲୀ ଅନ୍ତର୍ଗତ କଗୋନ ଗାଁରେ ୨ ସାଧୁଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରାଯାଇଛି । ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଗାଁରେ ଥିବା ଏକ ଶିବମନ୍ଦିରରେ ରହୁଥିବା ୫୫ ବର୍ଷିୟ ସାଧୁ ଜଗନ ଦାସ ଓ ୩୫ ବର୍ଷିୟ ସାଧୁ ସେବାଦାସଙ୍କୁ ସୋମବାର ରାତିରେ ହତ୍ୟା କରାଯାଇଥିଲା । ମଙ୍ଗଳବାର ସକାଳେ ଲୋକେ ମନ୍ଦିର ପହଞ୍ଚି ସାଧୁଙ୍କୁ ରକ୍ତ ଜଡିତ ଶବ ପଡିଥିବାର ଦେଖିଥିଲେ । ଏହି ଘଟଣାରେ ଗାଁର ଜଣେ ବ୍ୟକ୍ତି ଉପରେ ସନ୍ଦେହ ଥିବାରୁ ତାକୁ ପିଟାପିଟି ଆରମ୍ଭ କରିଥିଲେ ଲୋକେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୨ ସାଧୁଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନ୍ୟପଟେ ଏସଏସପି ସନ୍ତୋଷ କୁମାର ସିଂହ କହିଛନ୍ତି ଯେ, ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ କିଛିଦିନ ପୂର୍ବରୁ ଅଭିଯୁକ୍ତ ଜଣକ ସାଧୁଙ୍କ ଏକ ଜିନିଷ ଚୋରୀ କରିନେଇଥିଲା । ଏନେଇ ସାଧୁ ୨ଜଣ ତାକୁ ବହୁତ ଗାଳି କରିଥିଲେ । ରାଗରେ ଆସି ଅଭିଯୁକ୍ତ ଜଣକ ସାଧୁଙ୍କୁ ହତ୍ୟା କରିଛି ବୋଲି କୁହାଯାଉଛି । କିନ୍ତୁ ଘଟଣାର ପ୍ରକୃତ ସତ୍ୟ ତଦନ୍ତ ପରେ ଜଣାପଡିବ ।

Get real time updates directly on you device, subscribe now.