fbpx

ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ଖର୍ଚ୍ଚ ଭରିବେ ସରକାର

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ଲକ ଡାଉନ ପାଇଁ ବାହାରେ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କ୍ୱାରେଣ୍ଟିନରେ ପ୍ରବାସୀଙ୍କ ପାଇଁ ସବୁ ଖର୍ଚ୍ଚ ବହନ କରିବେ ସରକାର । ୧୪ଦିନ ପାଇଁ ସମସ୍ତ ବ୍ୟବସ୍ଥା ସରକାର ଯୋଗାଇ ଦେବେ । ପ୍ରତି ବୟସ୍କ ପାଇଁ ଦିନକୁ ୧୨୦ ଓ ୧୪ବର୍ଷରୁ କମ୍ ଛୋଟ ଛୁଆଙ୍କ ପାଇଁ ୧୦୦ଟଙ୍କା ଖର୍ଚ୍ଚ ପାଇଁ ଦିଆଯିବ । ବ୍ୟକ୍ତିଗତ ହାଇଜିନ୍ କିଟ୍ ପାଇଁ ଜଣଙ୍କ ପିଛା ୩୦୦ଟଙ୍କା ନେଇ ନିର୍ଦ୍ଧାରଣ କରାଯାଇଛି । ହାଇଜିନ୍ କିଟରେ ବ୍ରସ୍, ପେଷ୍ଟ, ମାସ୍କ ଓ ସାନିଟାରି ସାମଗ୍ରୀ ରହିବ । ସ୍ୱଚ୍ଛ ସାମଗ୍ରୀ ପାଇଁ ଦିନକୁ ୨ହଜାରରୁ ଅଧିକ ଖର୍ଚ୍ଚ ହେବନି । କ୍ୱାରେଣ୍ଟିନରେ ଦିନକୁ ୪ଥର ଖାଇବା ଦିଆଯିବ । ଏହାସହ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିଦିନ ଅନୁଧ୍ୟାନ କରାଯିବ । ପ୍ରତି କ୍ୟାମ୍ପରେ ଫାଷ୍ଟଏଡ଼ ଓ ଓଆରଏସ ରଖାଯିବ । ଆବଶ୍ୟକ ପଡ଼ିଲେ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ କରାଯିବ । ସମସ୍ତ ତଥ୍ୟ ପଞ୍ଜୀକରଣ ହେବା ସହ ସବୁ ତଥ୍ୟ ସମ୍ପୃକ୍ତ ଜିଲ୍ଳାର ୱେବସାଇଟରେ ରହିବ । ବାହାରେ ଫସିରହିଥିବା ଶ୍ରମିକଙ୍କ ପାଇଁ ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ଖୋଲାଯିବ । ଏନେଇ ପଞ୍ଚାୟତିରାଜ ବିଭାଗକୁ ଚିଠି ଲେଖିଛନ୍ତି ଏସଆରସି ।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କରୋନା ସତର୍କତାକୁ ନେଇ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପୂର୍ବରୁ କ୍ୱାରେଣ୍ଟିନରେ ରହିବା ସହ ତାଙ୍କ ନମୁନା ମଧ୍ୟ ପରୀକ୍ଷା କରାଯିବ । ସେଥିପାଇଁ ଯେତିକି ଖର୍ଚ୍ଚ ହେବ ସବୁ ସରକାର ବହନ କରିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.