fbpx

ଚୀନ ହାରିଲା ଭାରତ ଜିତିଲା: ମିଳିତ ଜାତିସଂଘର ପରିସଂଖ୍ୟାନ ଆୟୋଗ ସଦସ୍ୟ ହେଲା ଭାରତ

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଭାରତର ଲୋକପ୍ରିୟତା ଓ ପ୍ରଭାବ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦ, କୋଭିଡ୍ ଭ୍ୟାକ୍ସିନେସନ, ଶାନ୍ତି ସ୍ଥାପନ, ୟୁକ୍ରେନ-ଋଷ ଯୁଦ୍ଧ ଭଳି ବହୁ ଅନ୍ତର୍ଜାତୀୟ ସ୍ତରର ସମସ୍ୟାକୁ ସହଜରେ ସାମ୍ନା କରିପାରିଥିଲା । ପିଏମ୍ ମୋଦୀଙ୍କୁ ଶାନ୍ତିର ଦୂତ ଭାବେ ନୋବେଲ ପୁରସ୍କାର ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ନିକଟରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ନାଟୋ ଭାରତକୁ ନେଇ ଏକ ବଡ଼ ବୟାନ ଦେଇଥିଲା । ଭାରତ ଏବେ ଜି-୨୦ ଓ ଏସସିଓର ଅଧ୍ୟକ୍ଷ ଦାୟିତ୍ୱରେ ରହିଛି ।

ତେବେ ଏହା ମଧ୍ୟରେ ଭାରତ ପାଇଁ ପୁଣି ଏକ ବଡ଼ ଖବର ଆସିଛି । ମିଳିତ ଜାତିସଂଘର କ୍ଷମତାସମ୍ପନ୍ନ ପରିସଂଖ୍ୟାନ କମିଶନ ସଦସ୍ୟ ଭାବେ ଭାରତ ନିର୍ବାଚିତ ହୋଇଛି । ଆସନ୍ତା ବର୍ଷ ଜାନୁଆରୀ ମାସ ପହିଲାରୁ ୪ ବର୍ଷ ପାଇଁ ଭାରତ ଏହି ଦାୟିତ୍ୱରେ ରହିଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏ ବାବଦରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜାତିସଂଘ ପରିସଂଖ୍ୟାନ କମିଶନ ସଦସ୍ୟ ପାଇଁ ଜୋରଦାର ଲଢ଼େଇ ହୋଇଥିଲା ।

ତେବେ ଶେଷରେ ଭାରତକୁ ଏହି ମୁକୁଟ ମିଳିଥିଲା । ମୋଟ ୫୩ଟି ଭୋଟ ମଧ୍ୟରୁ ଭାରତ ସପକ୍ଷରେ ୪୬ ଘଣ୍ଟ ଭୋଟ ପଡ଼ିଥିଲା । ଏହି ଭୋଟିଂରେ ଭାରତ କୋରିଆ (୨୩), ଚୀନ (୧୯) ଓ ୟୁଏଇ (୧୫) ପରି ରାଷ୍ଟ୍ରଙ୍କୁ ପଛରେ ପକାଇ ଦେଇଥିଲା । ତେବେ ଏହି ବିଜୟ ପରେ ଭାରତ ଜାତିସଂଘର ନ୍ୟୁୟର୍କ ସ୍ଥିତ ଭାରତୀୟ ଟିମଙ୍କୁ ଶୁଭେଚ୍ଛା ଜଣାଇଛି । ପରିସଂଖ୍ୟାନ, ବିବିଧତା ଓ ଜନସଂଖ୍ୟା ପାଇଁ ଭାରତ ଏହି ଗୌରବ ହାସଲ କରିପାରିଛି ।

Get real time updates directly on you device, subscribe now.