fbpx

କଟକରେ ମର୍ମନ୍ତୁଦ ଦୁର୍ଘଟଣା, ୧ ମୃତ, ୨ ଗୁରୁତର

କଟକ: ଚହଟା ବିଡାନାସୀ ମଶାଣି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି । ଟ୍ରକଟି କାରକୁ ସାମ୍ନା ପଟୁ ପିଟିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଏନେଇ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି ।

ସୂଚନା ଅନୁଯାୟୀ, ଢେଙ୍କାନାଳରୁ ଆସିଥିବା କାରରେ ଡ୍ରାଇଭର ସମେତ ୩ଜଣ ଯାତ୍ରା କରୁଥିଲେ । ବିଡାନାସୀ ମଶାଣି ଛକରେ ହଠାତ ଏକ ଟ୍ରକ ଆସି ସାମ୍ନା ପଟୁ କାରକୁ ଧକ୍କା ଦେଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଁଚି ମୃତ ଦେହ ଉଦ୍ଧାର କରି ୨ ଗୁରତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଉପସ୍ଥିତ ଥିବା ଟ୍ରକ ଏବଂ ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖିଛି । ପୋଲିସ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.