fbpx

BJD ଘୋଷଣା କଲା ନୂଆ ଟିମ୍: ଝାରସୁଗୁଡ଼ା ଉପନିର୍ବାଚନ ଲଢ଼େଇ ପାଇଁ ପର୍ଯ୍ୟବେକ୍ଷକଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତା’ପରେ ୧୩ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ । ତେବେ ଏହି ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନଟି ଖାଲି ପଡ଼ିଥିଲା ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗତ ମାସ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଉପନିର୍ବାଚନ ବାବଦରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସବିଶେଷ ସୂଚନା ଦେଇଥିଲେ । ତେବେ ଏହି ଆସନ ପାଇଁ ବିଜେଡି ନବଙ୍କ ଝିଅ ଦିପାଳୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହି ଆସନକୁ ବଜାୟ ରଖିବ ବୋଲି ବିଜେଡି ଆଶାବାଦୀ ରହିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି ।

ତେବେ ଏହା ମଧ୍ୟରେ ଶାସକ ବିଜେଡି ଝାରସୁଗୁଡ଼ା ଲଢ଼େଇ ପାଇଁ ନିଜର ଟିମ୍ ଗଠନ କରିଛି । ଏହି ନିର୍ବାଚନ ମଣ୍ଡଳୀର ୫ଟି ବ୍ଲକ / ମ୍ୟୁନିସିପାଲିଟି ପାଇଁ ଦଳ ୧୨ ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଛି । କିରମିରା, କୋଲାବିରା, ଝାରସୁଗୁଡ଼ା, ଲାଇକେରା ବ୍ଲକ ଓ ଝାରସୁଗୁଡ଼ା ମ୍ୟୁନିସିପାଲିଟି ପାଇଁ ଦଳ ଏହି ସମସ୍ତ ନେତାଙ୍କ ନାମ ଘୋଷଣା କରିଛି । ଏ ନେଇ ଦଳ ତରଫରୁ ଏକ ନୋଟିସ୍ ଜାରି କରାଯାଇଛି ।

Get real time updates directly on you device, subscribe now.