fbpx

ବାତ୍ୟାର ନାଁ କଣ ?

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ଫାଇଲିନ ,ହୁଡଡୁଡ ଫନି । ଏସବୁ ବତ୍ୟାର ନାଁ ଆମେ ଅଗରୁ ଶୁଣିଛେ । ପାଣିପାଗ ବିଭାଗ ଏହି ବାତ୍ୟା ସୃଷ୍ଟି ହେବାର ବହୁ ପୁର୍ବରୁ ହିଁ ଏହାର ନାମ କରଣ କରିଥାଏ । ଭାରତ ମହାସାଗର ,ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟ ଟ୍ରପିକାଲ ସାଇକ୍ଳୋନର ଏଭଳି ନାମକରଣ କରାଯାଏ । ଡବ୍ୟୁ.ଏମ.ଓ ପ୍ୟାନେଲରେ ସଦସ୍ୟ ଥିବା ରାଷ୍ଟ୍ର ମାନେ ଏଭଳି ନାମ ଚୟନ କରିଥାନ୍ତି । ଚଳିତ ୨୦୨୦ରେ ଏହି ୩ ସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ନାମକରଣ ସରିଛି । ଏଥିପାଇଁ ମୋଟ ସଦସ୍ୟ ଥିବା ୧୩ ଦେଶର ୧୩ ଟି ଲେଖାଏଁ ନାଁ ମୋଟ ୧୬୯ ଟି ନାମ ଦିଆଯାଇଛି । ଭାରତ ପକ୍ଷରୁ ଦିଆଯାଇଥିବା ନାମ ଗୁଡିକ ହେଉଛି ଗତି,ତେଜ,ମୁରାସୁ,ଆଗ ,ଭ୍ରୋମ,ଝାର ଓ ନୀର । ସେହଭଳି ବାଂଲାଦେଶ ପକ୍ଷରୁ ଅର୍ଣ୍ଣବ ,ନିସାର୍ଗ,ଓମାବ ଓ ଉପକୂଲ ଭଳି ନାଁ ରଖାଯାଇଛି ।

Get real time updates directly on you device, subscribe now.