fbpx

କରୋନା ମୁକାବିଲା ପାଇଁ ପୁରୁଷଙ୍କୁ ଦିଆଯିବ ମହିଳାଙ୍କ ହର୍ମୋନ

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର): କରୋନା ମୁକାବିଲା ପାଇଁ ପୁରୁଷଙ୍କୁ ଦିଆଯିବ ମହିଳାଙ୍କ ହର୍ମୋନ । ଏହା ଦ୍ୱାରା କରୋନା ବ୍ୟାପକତା ଓ ମୃତ୍ୟୁ ହାର ଉପରେ ଅଙ୍କୁଶ ଲାଗିପାରିବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକାର ଗବେଷକ । ସେମାନଙ୍କ ମତରେ ବିଶ୍ୱରେ ଏବେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅଧିକ । ତଛଡା ମୃତ୍ୟୁ ହାରରେ ବି ସମାନ ପରିସଂଖ୍ୟନ ଦେଖିବାକୁ ମିଳୁଛି । ଅଧ୍ୟୟନରୁ ଜଣାପଡିଛି ମହିଳାଙ୍କ ପାଖରେ ଥିବା ଇଷ୍ଟୋଜେନ ଓ ପ୍ରୋଜେଷ୍ଟେରୋନ ହର୍ମୋନ ଏ କ୍ଷେତ୍ରରେ ମହିଳାଙ୍କୁ ସହୟକ ହେଉଛି । ଏଭଳି ଅବସ୍ଥାରେ ଏବେ ପୁରୁଷଙ୍କୁ ମହିଳାଙ୍କ ହର୍ମୋନ ଦେବାକୁ ନିର୍ଣ୍ଣୟ ନେଇଛନ୍ତି ଗବେଷକ । କିନ୍ତୁ ପୁରୁଷଙ୍କୁ ମହିଳାଙ୍କ ହର୍ମୋନ ଦିଆଗଲେ ଏହାର ପାଶ୍ୱର୍ ପ୍ରତିକ୍ରିୟା କଣ ହେବ ସେ ନେଇ ଚାଲିଛି ପରୀକ୍ଷା ନିରୀକ୍ଷା ।

Get real time updates directly on you device, subscribe now.