fbpx

ସୀମା ଘଳିଆ ପାଇଁ ରାଜ୍ୟରେ ୯ ଦିନରେ ଡବଲ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ରାଜ୍ୟରେ କାୟା ମେଲାଉଛି କରୋନା । ଗତ ୨୦ ତାରଖ ବେଳକୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ସିମୀତ ଥିଲା । ଲାଗୁଥିଲା ଆକ୍ରାନ୍ତ ବଢ଼ିବେନି ବରଂ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ଆରମ୍ଭ କରିବେ । କିନ୍ତୁ ସୀମା ଘଳିଆ ପାଇଁ ରାଜ୍ୟରେ ୯ ଦିନରେ ଡବଲ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପଂହଚିଛି ।

 

ମାତ୍ର ୯ ଦିନରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟ ୯୩ ପ୍ରତିଶତ ବଢ଼ିଛନ୍ତି । ଏହା ପୂର୍ବ ୯ ଦିନରେ ଏହି ସଂଖ୍ୟାରେ ମାତ୍ର ୨୩ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା । ଅର୍ଥାତ ଏପ୍ରିଲ ୧୦ ତାରଖକୁ ରାଜ୍ୟରେ ୫୧ ଜଣ କରୋନା ପଜେଟିଭ ଥିବା ବେଳେ ୧୯ ତାରିଖ ବେଳକୁ ଏହା ୬୧ ରେ ପଂହଚିଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟରେ ଡବଲିଙ୍ଗ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Get real time updates directly on you device, subscribe now.