fbpx

ରାଜ୍ୟ ସୀମା ସିଲ ପରେବି ପଶି ଆସିଲେ ଶ୍ରମିକ ,ପୋଲିସ ଦ୍ୱାରା ଅଟକ

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):କରୋନା ସଂକ୍ରମଣ ରୋକିବା ପାଇଁ ସୀମାସିଲ କରିଛି ଜିଲ୍ଲାପ୍ରଶାସନ। ପ୍ରହରା ଦେଇ ପୋଲିସ ଜଗିଛି ସୀମା। ହେଲେ ବିଭିନ୍ନ ସମୟରେ ବାହାରୁ ଆସୁଥିବା ଶ୍ରମିକ ପଶିଆସି ପୋଲିସ ହାବୁଡ଼ରେ ଧରାପଡୁଥିବା ଦେଖିବାକୁ ମିଳୁଛି। ଆଜି ରାତିରେ ମୟୂରଭଞ୍ଜ ଜିଲ୍ଲା କଳାବାଡ଼ିଆ ଠାରେ ୪୦ରୁ ଉର୍ଦ୍ଧ୍ବ ଶ୍ରମିକ ପୋଲିସ ହାତରେ ଧରାପଡି ଅଟକ ରହିଥିବା ଜଣାପଡ଼ିଛି।ତେବେ ଅଟକ ଥିବା ଶ୍ରମିକମାନେ ଢେଙ୍କାନାଳ ବିଆରସି ଷ୍ଟିଲପ୍ଲାଣ୍ଟରୁ ଆସିଥିବା ସୂଚନା ମିଳିଛି।

ଲକଡାଉନ ଯୋଗୁଁ କାରଖାନା ବନ୍ଦ ରହିଥିବାରୁ ଠିକାଦାର ତଡିଦେଇଥିବା ନେଇ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଫଳରେ ଅସହାୟ ଶ୍ରମିକମାନେ ନିରୁପାୟ ହୋଇ ଚାରିଦିନ ନ ଖାଇନପିଇ RJ O2 GV 4102  ନଂ ଟ୍ରଲରରେ ଚାଳିଶ ରୁ ଉର୍ଦ୍ଧ ଶ୍ରମିକ ଜାମଶୋଳା ବର୍ଡର ପହଞ୍ଚିଥିଲେ। ସେଠାରୁ ଝାରଖଣ୍ଡ ପୁଲିସ ତଡି ଦେବାରୁ କଳାବାଡିଆ ନିକଟସ୍ଥ ନିଲକମଲ ହୋଟେଲ ନିକଟରେ ପହଞ୍ଚିଥିଲେ। ଖବରପାଇ  ବାଙ୍ଗିରିପୋଷି ପୁଲିସ , ସରପଞ୍ଚ ସୁମନ୍ତ ନାଏକ, ସମାଜସେବୀ ଚନ୍ଦନ ଶେଖର, ଜିଆରଏସ ଶିବଶଙ୍କର ଶେଖର ଘଟଣାସ୍ଥଳରେ ପହଞ୍ଚି ଖାଇବାକୁ ଦେବା ସହିତ ରହିବାର ବ୍ୟବସ୍ଥା କରିଥିଲେ। ଫରିଦାବାଦ ଅଭିମୁଖେ ଯାଉଥିବା ଟ୍ରଲର ଶ୍ରମିକମାନଙ୍କୁ ଆଣିଥିବାରୁ ଟ୍ରଲରକୁ ଜବତ କରିଛି ପୋଲିସ। ବର୍ତ୍ତମାନ ଲକଡାଉନ ବଳବତ୍ତର ଥିବାରୁ ଜିଲ୍ଲାର ସମସ୍ତ ସୀମାସିଲ କରାଯାଇଥିବା ବେଳେ ୪୦ରୁ ଉର୍ଦ୍ଧ୍ବ ଶ୍ରମିକ କିପରି ସୀମାପାରି ହୋଇ ଆସିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Get real time updates directly on you device, subscribe now.