fbpx

ଜଳପଥରେ ଓଡିଶାକୁ ଆସୁଛି ଚୋରା ମଦ

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ମୃତ୍ୟୁର କାୟା ମେଲାଇ ବିଶ୍ୱ ପାଇଁ ମହାମାରୀ ସାଜିଥିବା କରୋନା ସଂକ୍ରମଣ ରୋକିବାପାଇଁ ସାରାଦେଶରେ ଲାଗୁହୋଇ ବଳବତ୍ତର ରହିଛି ଲକଡାଉନ। ଏପରିସ୍ଥିତିରେ ଗାଁ ଠୁ ସହର ଦେଶୀ ହେଉକି ବିଦେଶୀ ସରକାରୀ ମଦଦୋକାନ ସିଲ ହୋଇଛି। ସବୁ ଯାଗାରେ ଏବେ ନିଶାଦ୍ରବ୍ୟର ଦେଖାଦେଇଛି ଘୋରଅଭାବ। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ୩ଗୁଣା ଚଢା ଦାମରେ ବିକ୍ରି କରୁଛନ୍ତି ବିଦେଶୀମଦ। ଆଉ ଆଭିନବ ଉପାୟରେ ଆମଦାନୀ କରୁଛନ୍ତି ପୋଡ଼ାଶୀ ରାଜ୍ୟ ପଶ୍ଚିମବଙ୍ଗରୁ।ତାହା ପୁଣି ଜଳପଥରେ ପରିବା ବ୍ୟବସାୟୀଙ୍କ ମାଧ୍ୟମରେ। ଯାହାର ଖୋଲାସା କରିଛି ଝାରପୋଖରିଆ ଥାନା ପୋଲିସ ଏବଂ ଜବତ କରିଛି ବିପୁଳ ପରିମାଣର ବିଦେଶୀମଦ।
ସୂଚନାଯୋଗ୍ୟ ଅନ୍ଧାରରାତିର ସୁଯୋଗ ନେଇ ପଡୋଶୀରାଜ୍ୟ ପଶ୍ଚିମବଙ୍ଗରୁ ଡଙ୍ଗାରେ ସୁବର୍ଣ୍ଣରେଖାନଦୀ ପାରକରି ପରିବା ବୋଝେଇ ଗାଡ଼ିରେ ବିଦେଶୀମଦ ଚାଲାଣ କରୁଥିବାର ବିଶେଷସୂତ୍ରରୁ ଖବରପାଇ ଝାରପୋଖରିଆ ଥାନା ଏସଆଇ ପଞ୍ଚାନନ ମହାନ୍ତି ବିଳମ୍ବିତ ରାତିରେ ଆନ୍ତଃରାଜ୍ୟ ସୀମା ଜାମଶଳାଗେଟ ନିକଟରେ OD 02 BD 4087 ନମ୍ବର ବିଶିଷ୍ଟ ପରିବା ଗାଡିକୁ ଅଟକାଇ ଯାଞ୍ଚକରି ବିପୁଳ ଚୋରା ବିଦେଶୀମଦ ଏବଂ ପରିବା ବୋଝେଇ ଗାଡିକୁ ଜବତ କରିବା ସହିତ ଦୁଇଜଣ ଆନ୍ତଃରାଜ୍ୟ ଚୋରା ବିଦେଶୀମଦ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ଝାରଖଣ୍ଡ ରାଜ୍ୟ ବହଡାଗୋଡା ଥାନା ଅନ୍ତର୍ଗତ ବାସୁଦେବ ଦାସ ଓ ଭୁବନେଶ୍ୱର ବିଡିଏ କଲୋନିର ସୁବାସ ଚନ୍ଦ୍ର ଜେନା । ତେବେ ଲକଡାଉନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଜନସ୍ୱାର୍ଥ ଦୃଷ୍ଟିରୁ ସକ୍ରିୟ ଏବଂ ତତ୍ପର ହେବା ବଦଳରେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଯେତିକି ରହସ୍ୟମୟ ତାଠାରୁ ଅଧିକ ଲଜ୍ୟାଜନକ ବୋଲି ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲା ଅବକାରୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.