fbpx

ବ୍ୟକ୍ତିଗତ ସୁରକ୍ଷା ଉପକରଣ ନମିଳିବାରୁ ଉଲଗ୍ନ ହେଲେ ଡାକ୍ତର

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ବ୍ୟକ୍ତିଗତ ସୁରକ୍ଷା ଉପକରଣ ନମିଳିବାରୁ ଉଲଗ୍ନ ହେଲେ ଡାକ୍ତର । ଖାଲି ଉଲଗ୍ନ ହେଲେନି ବରଂ ଉଲଗ୍ନ ହୋଇଥିବା ଫଟୋ ସୋସିଆଲ ମିଡିଆରେ ସେୟାର କଲେ । କିଏ ନିଜ ପ୍ରାଇଭେଟ ପାର୍ଟ କୁ କେବଳ ଫାଇଲ ଦ୍ୱାରା ଢ଼ାଙ୍କିଥିଲେ ତ ଆଉ ଟଏଲଟ ପେପର, ମେଡିକାଲ ସରଂଜାମ ଓ ପ୍ରେସକ୍ରିପସନ ଦ୍ୱାରା ଲୁଚାଇଥିଲେ ।ବାସ୍ତବିକ ଏହା ଡାକ୍ତରମାନଙ୍କ ଥିଲା ପ୍ରତିବାଦ କରିବାର ନିଆରା ଢ଼ଙ୍ଗ । ଜର୍ମାନରେ ଏକ ଡାକ୍ତରୀଦଳ ଏଭଳି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜର୍ମାନୀରେ ଏବେ କରୋନା ତାଣ୍ଡବ କରୁଥିବା ବେଳେ ଜାରୁରୀକାଳୀନ ଦାୟିତ୍ୱରେ ଥିବା ଡାକ୍ତର ମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା (ପିପିଇ) ଉପଲବ୍ଧ ହେଉନାହିଁ । ବାରମ୍ବାର ଅଭିଯୋଗ କରିବାପରେ ବି ତାଙ୍କ କଥାକୁ ନଜର ଅନ୍ଦାଜ କରାଯାଉଛି । ଯାହାର ପ୍ରତିବାଦ କରିବାକୁ ଏଭଳି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଡାକ୍ତରମାନେ ।

ମଜାଦାର କଥା ହେଉଛି ଏହି ପ୍ରତିବାଦରେ ମହିଳା ଡାକ୍ତରମାନେ ବି ସାମିଲ ହୋଇଛନ୍ତି । ଯାହାଙ୍କ କହିବା କଥା ହେଉଛି ଆମେ ଏ ପ୍ରକାର ପ୍ରଦର୍ଶନ କରି ଜଣାଇବାକୁ ଚାହୁଁଛୁ ସୁରକ୍ଷା ଉପକରଣ ବିନା ଜୀବନକୁ ବାଜି ଲଗାଇବା ନଗ୍ନତା ସହ ସମାନ । ଜର୍ମାନୀରେ ଗତ ଜାନୁଆରରେ ହିଁ କରୋନା ପ୍ରକୋପ ଆରମ୍ଭ ହୋଇଯାଇଥିଲା । ମେଡିକାଲ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପନୀ ମାନେ ସେବେଠୁ ପିପିଇ ଉତ୍ପାଦନ ବଢ଼ାଇବାରେ ଲାଗିଛନ୍ତି । କିନ୍ତୁ ଅବଶ୍ୟକତା ଅନୁଯାୟୀ ଉତ୍ପାଦନ କରିବାରେ ବିଫଳ ହେଉଛନ୍ତି ।

Get real time updates directly on you device, subscribe now.