fbpx

ରୋଗୀ ସମ୍ପର୍କିୟଙ୍କୁ ହସ୍ପିଟାଲ ମନା, ପ୍ରିୟଜନଙ୍କୁ ଭିଡିଓ କଲରେ ଦେଖିବେ ସମ୍ପର୍କୀୟ

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ନିଜ ଆପଣାର କିଏ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଲେ ମେଡିକାଲକୁ ସମ୍ପର୍କୀୟଙ୍କ ଧାଡି ଲାଗିଥାଏ । କିଏ ସମାବେଦନା ଜଣାଇବାକୁ ଆସେ ତ ଆଉ କିଏ ସାହାଯ୍ୟର ପ୍ରତିଶୃତି ଦେବାକୁ । କିନ୍ତୁ ଏବେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମେଡିକାଲ ମନା । ହଁ ଆପଣ ରୋଗୀଙ୍କୁ ଦେଖିପାରିବେ । ମାତ୍ର କେବଳ ଭିଡିଓ କଲ ମାଧ୍ୟମରେ । କରୋନା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏବେ ନୂଆ ନିୟମ କରିଛନ୍ତି ପଶ୍ଚିମବଂଗ ସରକାର । କରୋନା ରୋଗୀଙ୍କ କ୍ଷେତ୍ରରେ କେଉଁଠି ସମ୍ପର୍କୀୟଙ୍କୁ ଦେଖାକରିବାକୁ ଅନୁମତି ନଥିଲା ତ କେଉଁଠି ପିପିଇ ପିନ୍ଧି ରୋଗୀଙ୍କୁ ଦେଖାକରିବାକୁ ଦିଆଯାଉଥିଲା । କିନ୍ତୁ ସଂକ୍ରମଣର ବ୍ୟାପକତା ଓ ପିପିଇ କିଟର ଅପଚୟ ରୋକିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ନିଦ୍ଦିଷ୍ଟ ସମୟ ବି ଧାର୍ଯ୍ୟକରାଯାଇଛି । ଏହି ଭରଚୁଆଲ ଭିଜିଟିଂ ଆୱାର ର ସମୟ ଦିନ ସଢ଼େଚାରିଟାରୁ ୫ଟା ୩୦ ରଖାଯାଇଛି । ରୋଗୀଙ୍କୁ ମୋବାଇଲ ମନା ଥିବା ବେଳେ ଡ୍ୟୁଟିରେ ଥିବା ନର୍ସ ହିଁ ପରିବାର ଲୋକଙ୍କୁ ଭିଡିଓ କଲ କରିବେ । ଯେଉଁଥିରେ ରୋଗୀ ତା ସମ୍ପର୍କୀୟଙ୍କ ସହ କଥା ହୋଇପାରିବ ।

Get real time updates directly on you device, subscribe now.