fbpx

ମାର୍ଚ୍ଚରେ ୫.୬% କୁ ହ୍ରାସ ପାଇଲା ଖୁଚୁରା ଦରଦାମ୍

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଭାରତରେ ହ୍ରାସ ପାଇଛି ଖୁଚୁରା ମୁଦ୍ରାସ୍ପିତି(ଦରଦାମ୍‌)। ଫେବୃଆରୀ ମାସରେ ଏହା ୬.୪ ଥିବା ବେଳେ ମାର୍ଚ୍ଚ ମାସରେ ୫.୬କୁ ହ୍ରାସ ପାଇଛି । ଖୁଚୁରା ମୁଦ୍ରାସ୍ପତି ଦ୍ରବ୍ୟ ଏବଂ ସେବାଗୁଡିକର ଖୁଚୁରା ମୂଲ୍ୟରେ ପରିବର୍ତ୍ତନକୁ ଟ୍ରାକ୍ କରେ ଯାହା ସାଧାରଣ ଲୋକମାନେ ସେମାନଙ୍କର ଦୈନନ୍ଦିନ ବ୍ୟବହାର ପାଇଁ କ୍ରୟ କରନ୍ତି ।

ମୁଦ୍ରାସ୍ଫୀତିକୁ ୪ ପ୍ରତିଶତରେ ରଖିବାର ଦାୟିତ୍ୱ ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ ରହିଛି । ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାମାନ୍ୟ ହ୍ରାସ ପାଇ କ୍ରମାଗତ ଦ୍ୱିତୀୟ ମାସ ପାଇଁ ଆରବିଆଇର ସର୍ବୋଚ୍ଚ ସହନଶୀଳତା ସୀମା ୬% ଉପରେ ରହିଥିଲା । ଗତ ବର୍ଷ ମାର୍ଚ୍ଚ ୨୦୨୨ ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୯୫ ପ୍ରତିଶତ ଥିଲା। ଏହି ସମୟରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ପାଇଛି। ଖାଦ୍ୟ ମୁଦ୍ରାସ୍ଫୀତି ୪.୭୯ ପ୍ରତିଶତକୁ ଖସି ଆସିଛି, ଯାହା ଫେବୃଆରୀ ୨୦୨୩ ରେ ୫.୯୫ ପ୍ରତିଶତ ଥିଲା।

ନିକଟରେ ରିଜର୍ଭ ବ୍ୟାଙ୍କ ଏହାର ତ୍ରୈୟମସିକ ମୁଦ୍ରାନୀତି ସମିକ୍ଷା ପରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାର ଏକ ସପ୍ତାହ ମଧ୍ୟରେ ମାର୍ଚ୍ଚ ମାସର ଖୁଚୁରା ମୁଦ୍ରାସ୍ପତି ତଥ୍ୟ ସାମ୍ନାକୁ ଆସିଛି ।

ମାର୍ଚ୍ଚରେ ଖାଦ୍ୟ ଶସ୍ୟ ଏବଂ ଏହାର ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୧୫.୨୭ ପ୍ରତିଶତ ଥିଲା। ଫେବୃଆରୀ ତୁଳନାରେ କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟର ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ହ୍ରାସ ଘଟିଛି। ଫେବୃଆରୀରେ ୯.୬୫ ପ୍ରତିଶତରୁ କ୍ଷୀରରେ ମୁଦ୍ରାସ୍ଫୀତି ୯.୩୧ ପ୍ରତିଶତକୁ ଖସି ଆସିଛି। କିନ୍ତୁ ମସଲାର ମୁଦ୍ରାସ୍ଫୀତି ହାର ୧୮.୨୧ ପ୍ରତିଶତ, ଡାଲିର ମୁଦ୍ରାସ୍ଫୀତି ହାର ୪.୩୩ ପ୍ରତିଶତ, ଫଳର ମୁଦ୍ରାସ୍ଫୀତି ହାର ୭.୫୫ ପ୍ରତିଶତ ରହିଛି। ତଥ୍ୟ ଅନୁଯାୟୀ ପନିପରିବାର ମୁଦ୍ରାସ୍ଫୀତି ହାର -୮.୫୧ ପ୍ରତିଶତ, ମାଂସ ଏବଂ ମାଛର ମୁଦ୍ରାସ୍ଫୀତି ହାର -୧.୪୨ ପ୍ରତିଶତ, ତେଲ ଏବଂ ଚର୍ବିର ମୁଦ୍ରାସ୍ଫୀତି ହାର -୭.୮୬ ପ୍ରତିଶତ ରହିଛି।

Get real time updates directly on you device, subscribe now.