fbpx

ରାଜ୍ୟରେ ଚିନ୍ତା ବଢେଇଛି ତାତି : ବସରେ ORS, ପାଣି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ତାପମାତ୍ରା ବୃଦ୍ଧି ପାଉଛି। ଗ୍ରୀଷ୍ମ ପ୍ରବାହକୁ ନେଇ ମନ୍ତ୍ରୀ ବୈଠକ ଡାକିଛନ୍ତି । ଆଉ ଏଭଳି ଗରମକୁ ଦେଖି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏକ ବୈଠକ ଡାକିଥିଲେ ।ରାଜ୍ୟରେ ଯେଉଁଭଳି ତାପମାତ୍ରା ବଢ଼ୁଛି ତେବେ ଏହି ଭଳି ପରିସ୍ଥିତିରେ କିଭଳି ଲୋକ ସଚେତନ ରହିବେ ତାହାକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରମକୁ ଦେଖି ବସରେ ଭିଡ ନ ଜମାଇବା ପାଇଁ ମନ୍ତ୍ରୀ କହିଛନ୍ତି । ଏହା ସହିତ ସମସ୍ତ ବସରେ ପାଣି, ଓଆରଏସ ,ବରଫ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ସବୁ ଜିଲ୍ଳାପାଳ ମାନଙ୍କୁ ମଧ୍ୟ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।ଏହା ସହିତ ବାହରର ତାପମାତ୍ରା ବହୁତ ରହୁଥିବାରୁ ଶ୍ରମିକ ମାନଙ୍କୁ ଦିନ ୧୧ ଟାରୁ ୩ଟା ପର୍ଯ୍ୟନ୍ତ କାମ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ତଦରାଖ କରିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ ରାଜ୍ୟରେ ଖରାକୁ ଦେଖି ସମସ୍ତ ସ୍କୁଲ ଆଉ ଅଙ୍ଗନବାଡିକୁ ବନ୍ଦ ରଖାଯାଇଛି । ଆଉ ଆଗକୁ ଖରାବଢ଼ିଲେ ନିଷ୍ପତ୍ତି ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି । ସେପଟେ ଗାଁରେ କାମ କରୁନଥିବା ଟ୍ୟିବୱଲ ଗୁଡିକୁ ମଧ୍ୟ ମରାମତି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ବର୍ତ୍ତମାନ କଲେଜ ମାନଙ୍କରେ ପରୀକ୍ଷା ଚାଲୁଥିବାରୁ ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.