fbpx

ଅଜଣା କଥା! ATM ଥିଲେ ଆପଣ ପାଇପାରିବେ ୫ ଲକ୍ଷ ଟଙ୍କାର ଫାଇଦା: ଜାଣି ରଖନ୍ତୁ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଏଟିଏମ କାର୍ଡ ରଖିବା ଅତି ସାଧାରଣ କଥା ହୋଇଗଲାଣି । ଏଟିଏମ ଦ୍ୱାରା ସହଜରେ ଟଙ୍କା ନେଣଦେଣ କରାଯାଇପାରେ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଏହାଦ୍ୱାରା ଆହୁରି ଅନେକ ଫାଇଦା ପାଇପାରିବେ ଗ୍ରାହକ, ଯାହା ପ୍ରାୟ ଅଧିକାଂଶ ଲୋକଙ୍କୁ ଜଣା ନଥିବ । ଏଟିଏମ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ୫ ଲକ୍ଷ ଟଙ୍କାର ଫାଇଦା ଉଠାଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ବ୍ୟାଙ୍କର ଏହି ସୁବିଧା କ’ଣ ଏବଂ କିପରି ଗ୍ରାହକ ଏହାର ଫାଇଦା ଉଠାଇପାରିବେ?

ପ୍ରତ୍ୟେକ ବ୍ୟାଙ୍କ ତରଫରୁ ଏଟିଏମ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ବୀମା ସୁବିଧା ଯୋଗାଇ ଦିଆଯାଇଛି । ଏହାସହିତ ଗ୍ରାହକମାନଙ୍କୁ ଅନେକ ପ୍ରକାର ମାଗଣା ସୁବିଧା ମଧ୍ୟ ମିଳିଥାଏ । ଏଟିଏମ କାର୍ଡ ଜାରି କରିବା ସହିତ ଗ୍ରାହକଙ୍କୁ ଦୁର୍ଘଟଣା ଜନିତ ବୀମା ସୁବିଧାର ଅନ୍ତର୍ଭୁକ୍ତ କରାଯାଇଥାଏ । ତେବେ ଏହି ବୀମା ସମ୍ପର୍କରେ ଅନେକ ଲୋକଙ୍କୁ କୌଣସି ସୂଚନା ନଥାଇପାରେ । ତେବେ ଏଟିଏମ କାର୍ଡଧାରକମାନଙ୍କୁ ଭିନ୍ନ ଭିନ୍ନ କାଟାଗୋରୀ ଅନୁସାରେ ବୀମା ଯୋଗାଇ ଦେଇଥାଏ ବ୍ୟାଙ୍କ । ଏହି କାଟାଗୋରୀ ଗୁଡିକ ହେଉଛି କ୍ଲାସିକ, ପ୍ଲାଟିନମ ଏବଂ ସାଧାରଣ । ଏହି ସାଧାରଣ ମାଷ୍ଟର କାର୍ଡ ଉପରେ ୫୦ହଜାର ଟଙ୍କା, କ୍ଲାସିକ ଏଟିଏମ କାର୍ଡ ଉପରେ ୧ ଲକ୍ଷ ଟଙ୍କା ଏବଂ ଭିସା କାର୍ଡ ୧.୫ରୁ ୨ ଲକ୍ଷ ଟଙ୍କା ଏବଂ ପ୍ଲାଟିନମ୍ କାର୍ଡ ଉପରେ ୫ ଲକ୍ଷ ଟଙ୍କାର ବୀମା ମଧ୍ୟ ମିଳିଥାଏ ।

ଯଦି ଏଟିଏମ କାର୍ଡଧାରକ କୌଣସି ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି, ତେବେ ୧-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ପାଇପାରିବେ ଗ୍ରାହକ । ସେହିପରି ଦୁର୍ଘଟଣାରେ ଗୋଟିଏ ଗୋଡ କିମ୍ବା ହାତ କ୍ଷତିଗ୍ରସ୍ତ ହେଲେ ଗ୍ରାହକଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିପାରିବ । ତେଣୁ ଗ୍ରାହକ କିମ୍ବା ପରିବାର ପକ୍ଷରୁ ବ୍ୟାଙ୍କରେ ଆବେଦନ କରିବା ପାଇଁ ପଡିବ । ତେବେ କାର୍ଡଧାରକଙ୍କର ବ୍ୟାଙ୍କ ଆକାଉଣ୍ଟରେ ଥିବା ନୋମିନି ଏହି ଆବଦେନ କରିପାରିବେ ।

Get real time updates directly on you device, subscribe now.