fbpx

ଜୀବନଯାପନ ହେଲା ସ୍ୱାଭାବିକ ; ଜୟପୁରରୁ ହଟିଲା ୧୪୪ ଧାରା

କୋରାପୁଟ: ଜୟପୁର ସହରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଛି । କଟକଣା ଲାଗିବାର ମାତ୍ର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏହାକୁ ହଟାଇ ଦିଆଯାଇଛି । ଚାରି ଆଡୁ କଡା ବିରୋଧ କରାଯିବାରୁ ପ୍ରଶାସନ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି । ଏହା ପରେ ପ୍ରଶାସନ ତରଫରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁରରେ ଏକ ବଡ଼ଧରଣର ଅଘଟଣ ଘଟିଥିଲା । ଧନୁପାଲି ଛକରୁ ବାଇକ୍ ରାଲି ବାହାରିବା ସମୟରେ ପୋଲିସ ଉପରକୁ ଟେକା ପଥର ମାଡ଼ ହୋଇଥିଲା ପୋଲିସମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏହି ଆକ୍ରମଣରେ ୧୦ରୁ ଅଧିକ ପୋଲିସ ଆହତ ହୋଇଥିବା ବେଳେ ୫୦ରୁ ଅଧିକ ବଜରଙ୍ଗ କର୍ମୀ ମଧ୍ୟ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅତିରିକ୍ତ ଏସପି ଓ ଆଇଆଇସି ଥିଲେ । ଏହାକୁ ନେଇ ଆଜି ସହରରେ ଉତ୍ତେଜନା ଲାଗି ରହିବା ସହ ଆଜି ସବଡିଭିଜନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଥିଲା । ଅପ୍ରେଲ ୧୩ରୁ ୨୦ ତାରିଖ ଯାଏଁ ଏହି କଟକଣା ଲାଗୁ କରାଯାଇଥିଲା ।

 

Get real time updates directly on you device, subscribe now.