fbpx

୧୨୦୦୦ ଭାରତୀୟ ସରକାରୀ ୱେବସାଇଟ ହ୍ୟାକ୍ କରିବାକୁ ଷଡ଼ଯନ୍ତ୍ର: ଖବର ପାଇ ସତର୍କ ହେଲେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ସାଇବର ହ୍ୟାକରଙ୍କ ଦ୍ୱାର ୧୨୦୦୦ ଭାରତୀୟ ସରକାରୀ ୱେବସାଇଟ୍ ହ୍ୟାକ୍ କରିବା ପାଇଁ ଷଡଯନ୍ତ୍ର ଚାଲିଛି।ନ ଏହି ବିପଦକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି। I4C ଯଥା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଭାରତ ସରକାର ସଂଗଠନ CERT ଯଥା କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳକୁ ଏହି ସତର୍କ ସୂଚନା ଜାରି କରିଛି। ଭାରତୀୟ ସାଇବର ସୁରକ୍ଷା ଏଜେନ୍ସି ଅନୁଯାୟୀ, ୧୨୦୦୦ସରକାରୀ ୱେବସାଇଟରେ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ୱେବସାଇଟ୍ ଅଛି।

ଜାରି କରାଯାଇଥିବା ଆଲର୍ଟ ଅନୁଯାୟୀ, ଏହି ହ୍ୟାକିଂ ଗୋଷ୍ଠୀ ଇଣ୍ଡୋନେସିଆରେ ଅବସ୍ଥିତ, ଯାହାର ନାମ ହ୍ୟାକ୍ଟିଭିଷ୍ଟ ଇଣ୍ଡୋନେସିଆ। ଏହି ୧୨୦୦୦ସରକାରୀ ୱେବସାଇଟ୍ ର ଏକ ତାଲିକା ମଧ୍ୟ ହ୍ୟାକରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯାହା ବିଷୟରେ ଭାରତରେ ସମ୍ପୃକ୍ତ ସାଇବର ସୁରକ୍ଷା ଏଜେନ୍ସିମାନଙ୍କୁ ସଚେତନ କରାଯାଇଛି। ଏଥିସହ ଏହା ମଧ୍ୟ କୁହାଯାଇଛି ଯେ ହ୍ୟାକରମାନେ ସରକାରୀ ୱେବସାଇଟକୁ ଟାର୍ଗେଟ କରୁଛନ୍ତି, ୱେବସାଇଟ ଖୋଲିବା ମାତ୍ରେ ବନ୍ଦ ହୋଇଯିବ।

ରିପୋର୍ଟ ହୋଇଛି ଯେ ରାଜ୍ୟ ତଥା କେନ୍ଦ୍ର ସରକାରୀ ୱେବସାଇଟଗୁଡିକ ସମ୍ଭବତ ଟାର୍ଗେଟ କରାଯାଉଛି। ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସଂପୃକ୍ତ ସରକାରୀ କର୍ମଚାରୀଙ୍କୁ ଅନୁରୋଧ କରାଯାଇଛି। ଗତ ବର୍ଷ ଏକ ବିଶାଳ ରେନ୍ସୱେୟାର ଆକ୍ରମଣ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) କୁ ହ୍ୟାକ୍ କରିଥିଲା, ଏହାର ହସ୍ପିଟାଲ୍ ସେବା ବ୍ୟତୀତ ଏହାର କେନ୍ଦ୍ରୀୟ ରେକର୍ଡଗୁଡିକ ପ୍ରଭାବିତ ହୋଇଥିଲା।

Get real time updates directly on you device, subscribe now.