fbpx
BSKY
BJD MC SKY
BJD YOUTH SKY

‘ଇଏ ତ କେବଳ ଆରମ୍ଭ’: ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଲାଗିପଡିଛନ୍ତି ଶରଦ,କହିଲେ ଏଥର ସମସ୍ତେ ମିଶି..

ନୂଆଦିଲ୍ଲୀ:୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୁରୁବାର ଦିନ ଶରଦ ପାୱାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ନୀତୀଶ କୁମାର କଂଗ୍ରେସ ନେତାଙ୍କୁ ଭେଟିଥିଲେ। ଶରଦ ପାୱାରଙ୍କ ସହ କଂଗ୍ରେସ ନେତାଙ୍କ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଶରଦ ପାୱାରଙ୍କୁ ବିରୋଧୀ ଦଳର ଜଣେ ବରିଷ୍ଠ ନେତା ଭାବରେ ବିବେଚନା କରାଯାଏ।ସେ ମହାରାଷ୍ଟ୍ର ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେବେ ନିକଟ ଅତୀତରେ ଶରଦ ପାୱାର କଂଗ୍ରେସଠାରୁ ଭିନ୍ନ ବିବୃତ୍ତି ଦେଇଥିଲେ। ଯାହାକୁ ନେଇ ରାଜନୈତିକ ମହଲରେ ଅନେକ ବିଭ୍ରାନ୍ତ ଦେଖା ଦେଇଥିଲା।କିନ୍ତୁ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ସମସ୍ତେ ଏକଜୁଟ ଅଟୁ।

ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ର୍ଗେ କହିଛନ୍ତି ଯେ ମୁମ୍ବାଇରୁ ଶରଦ ପାୱାର ଆମକୁ ଭେଟିବାକୁ ଆସିଥିବାରୁ ଆମେ ଖୁସି। ସେ ଆମକୁ ମାର୍ଗଦର୍ଶନ କଲେ। ବୁଧବାର ଦିନ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ସହ ଆମର ବାର୍ତ୍ତାଳାପ ହୋଇଥିଲା । ଆମେ ବିରୋଧୀଙ୍କୁ ଦେଶରେ କିଭଳି ଏକଜୁଟ ରଖିବୁ ଏହାକୁ ନେଇ ଆମର ଆଲୋଚନା ହେଇଥିଲା । ସେ କହିଛନ୍ତି ଯେ ଦେଶ ତଥା ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ମିଳିତ ଭାବେ ଲଢ଼ିବାକୁ ପ୍ରସ୍ତୁତ ଅଛୁ ।

ଶରଦ ପାୱାରଙ୍କ ବିବୃତ୍ତି :
ଏନସିପି ନେତା ଶରଦ ପାୱାର କହିଛନ୍ତି ଯେ ମୁଁ ଚାହୁଁଛି ଯେ ସମସ୍ତ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା ହେଉ। ଆମେ ସମସ୍ତଙ୍କ ସହ କଥା ହେବା ଉଚିତ୍ । ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଆମେ ସମସ୍ତଙ୍କୁ ନେଇ ଆଗକୁ ବଢିବାକୁ ପଡିବ । ଏଥି ପାଇଁ ଆମେ ସବୁ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସବୁ ବିରୋଧୀ ନେତା ମାନଙ୍କୁ ଏକତ୍ରିତ କରିବାକୁ ଚେଷ୍ଟା କରିବୁ ।

Get real time updates directly on you device, subscribe now.