fbpx

୩୦ ବର୍ଷରୁ କମ୍ ଚାକିରିରେ ତୃତୀୟ ପଦୋନ୍ନତିର କୌଣସି ଅଧିକାର ନାହିଁ: ହାଇକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ କହିଛନ୍ତି ଯେ, ୩୦ ବର୍ଷରୁ କମ୍ ସେବାରେ ଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ତୃତୀୟ ଏମଏସିପି ଅର୍ଥାତ୍ ଅର୍ଥାତ୍ ଆର୍ôଥକ ଅଗ୍ରଗତିର ସୁବିଧା ଦିଆଯାଇପାରିବ ନାହିଁ । କେବଳ ୨୮ ବର୍ଷ ସେବାରେ କେନ୍ଦ୍ର କିଛି ଅଧିକାରୀଙ୍କୁ ତୃତୀୟ ଏମଏସିପିର ସୁବିଧା ପ୍ରଦାନ କରିଛି ବୋଲି ହୋଇଥିବା ବିବାଦକୁ କୋର୍ଟ ଖାରଜ କରିଛନ୍ତି ।

ଜଷ୍ଟିସ୍ ବି କାମେଶ୍ୱର ରାଓ ଓ ଏ କେ ମେନ୍ଦୀରତ୍ତାଙ୍କ ବେଞ୍ଚ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ସରକାର ପୂର୍ବରୁ ଭୁଲ ଭାବରେ ୩୦ ବର୍ଷରୁ କମ୍ ସେବା ଥିବା ବ୍ୟକ୍ତିଙ୍କୁ ତୃତୀୟ ଏମଏସିପିର ସୁବିଧା ପ୍ରଦାନ କରିଥିଲେ, ଏହାର ଅର୍ଥ ନୁହେଁ ଯେ ଏହି ଭୁଲ୍ ପୁନରାବୃତ୍ତି ହେବା ଉଚିତ୍ । କେନ୍ଦ୍ରୀୟ ପବ୍ଲିକ୍ ୱାର୍କସ୍ ବିଭାଗ (ସିପିଡବ୍ଲ୍ୟୁଡି) ର ଜଣେ ଅଧିକାରୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବାବେଳେ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି । ଯଦି ଆବେଦନକାରୀ ଭୋପ ସିଂଙ୍କ ଚାହିଦା ଗ୍ରହଣ କରାଯାଏ, ତେବେ ଏହାର ଅର୍ଥ ହେଉଛି ଯେ ତାଙ୍କୁ ୨୦୦୮ ମସିହାରେ ପାଇଥିବା ଦ୍ୱିତୀୟ ଏମଏସିପିର ଛଅ ବର୍ଷ ପରେ ହିଁ ତାଙ୍କୁ ତୃତୀୟ ଏମଏସିପର ସୁବିଧା ଦିଆଯିବ । ଏହି ଖଣ୍ଡପୀଠ ଭୁପ ସିଂଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏମଏସିପ କ’ଣ ?
ଏହା ଅଧୀନରେ ଏକ ବ୍ୟବସ୍ଥା ଅଛି ଯେ ଯଦିଓ ଜଣେ କର୍ମଚାରୀ ପଦୋନ୍ନତି ପାଇନାହାଁନ୍ତି, ସେ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଆର୍ôଥକ ବୃଦ୍ଧି ପାଇବେ । ଏଥିପାଇଁ ୧୦ ବର୍ଷ, ୨୦ ବର୍ଷ ଏବଂ ୩୦ ବର୍ଷ ସେବା ସମାପ୍ତ ହେବା ପରେ ଆର୍ଥିକ ପ୍ରୋତ୍ସାହନ ପାଇଁ ଏକ ବ୍ୟବସ୍ଥା ଅଛି ।

ଅତୀତର ଭୁଲ ପୁନରାବୃତ୍ତି ହୋଇପାରିବ ନାହିଁ :-
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଭଗବାନ୍ ସ୍ୱରୂପ ଶୁକ୍ଲା ବେଞ୍ଚକୁ କହିଛନ୍ତି ଯେ, ପ୍ରଥମ ଦୁଇ ଅଧିକାରୀଙ୍କୁ ଭୁଲ୍ ଭାବରେ ୨୮ ବର୍ଷ ସେବାରେ ତୃତୀୟ ଏମଏସିପ ପ୍ରଦାନ କରାଯାଇଛି । ଦୁଇଟି ଭୁଲ ଗୋଟିଏ ଠିକ୍ କରିପାରିବ ନାହିଁ । ସେ ମଧ୍ୟ ଏମଏସିପି ସମ୍ବନ୍ଧରେ ସମୟ ସମୟରେ ଦିଆଯାଇଥିବା ଅଫିସ୍ ନିର୍ଦ୍ଦେଶକୁ କୋର୍ଟରେ ଉପସ୍ଥାପନ କରିଥିଲେ ଏବଂ ଏହି ଆବେଦନକୁ ଖାରଜ କରିବାକୁ ଦାବି କରିଥିଲେ ।

Get real time updates directly on you device, subscribe now.