fbpx

Video: ଏବେ ଆଉ କେଉଁ ମାଫିଆ କାହାକୁ ଦେଇପାରିବେନି ଧମକ , ଅତୀକ-ଅଶରଫ ହତ୍ୟା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଥମ ବକ୍ତବ୍ୟ

ଲକ୍ଷ୍ନୌ: ଅତୀଫ – ଅଶରଫଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିବା ଘଟଣା ବର୍ତ୍ତମାନ ହେଡଲାଇନରେ ରହିଛି । ତାଙ୍କୁ ସାମ୍ବାଦିକ ଛଦ୍ମ ବେଶରେ ଦୁଇ ବ୍ୟକ୍ତି ଗୁଳି କରିଥିଲେ ପରେ ସେହିଠାରେ ଅତ୍ମସମର୍ପଣ କରିଥିଲେ । ତେବେ ଅତୀଫଙ୍କୁ ଗୁଳି କରାଯିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାରାୟଣ ପ୍ରଥମ ଥର ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ କୌଣସି ମାଫିଆ କାହାକୁ ଡରାଇ ପାରିବେ ନାହିଁ ।

ସୂଚନା ଅନୁଯାୟୀ, ଆଜି ଲକ୍ଷ୍ନୌ ରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗୀ କହିଛନ୍ତି ଯେ, ବର୍ତ୍ତମାନ କୌଣସି ମାଫିଆ ଧମକ ଦେଇ ପରିବନି । ୟୁପିରେ ଏବେ ଆଇନର ରାଜ ଚାଲିଛି । ଲକ୍ଷ୍ନୌଏବଂ ହରଦୋଇ ମଧ୍ୟରେ ହେବାକୁ ଯାଉଥିବା ଟେକ୍ସଟାଇଲ ପାର୍କ ପାଇଁ କେନ୍ଦ୍ର ଏବଂ ୟୁପି ସରକାରଙ୍କ ମଧ୍ୟରେ ଏମଓୟୁ ସାଇନ ହେବା ଅବସରରେ ସେ ଏପରି ବକ୍ତବ୍ୟ ଦେଇଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ବର୍ତ୍ତମାନ କୌଣସି ମାଫିଆ ବା ଗୁଣ୍ଡା ଯେକୌଣସି ବ୍ୟକ୍ତିଙ୍କୁ ଫୋନ ମାଧ୍ୟମରେ ଡରାଇ ପାରିବ ନାହିଁ । ୨୦୧୭ ମସିହାରେ ଉତ୍ତରପ୍ରଦେଶରେ ଅନେକ ଦଙ୍ଗା ଚାଲିଥିଲା । ବହୁ ଜନପଦ ଥିଲେ ଯାହା ନାମ ଶୁଣି ଲୋକେ ଡରୁଥିଲେ । କିନ୍ତୁ ଆଜି ସେହି ଜନପଦଙ୍କ ନାମ ଶୁଣି ଡରିବା ଉଚିତ୍ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ବର୍ତ୍ତମାନ ଆଇନ ବ୍ୟବସ୍ଥା କଡାକଡି ହୋଇଛି ।

Get real time updates directly on you device, subscribe now.