fbpx

ଖୁସି ଖବର: ୨୦୨୫ ସୁଦ୍ଧା ୨୦% ଇଥାନଲ ମିଶ୍ରିତ ପେଟ୍ରୋଲ ଉପଲବ୍ଧ ହେବ ବୋଲି ସୂଚନା ଦେଲେ ପେଟ୍ରୋଲିୟମମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ

ନୂଆଦିଲ୍ଲୀ: ୨୦୩୦ ସମୟସୀମା ପୂର୍ବରୁ ଅର୍ଥାତ ଏହାର ପାଞ୍ଚ ବର୍ଷ ପୂର୍ବରୁ ୨୦୨୫ ସୁଦ୍ଧା ଦେଶରେ ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ଯୋଗାଇଦେବାକୁ ସୂଚନା ଦେଇଛନ୍ତି। ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ଖୁବ ଶୀଘ୍ର ବାସ୍ତବିକ ରୂପ ନେବ ବୋଲି ସୋମବାର ଦିନ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି। ଜୈବ ଇନ୍ଧନ ଉପରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ପୁରୀ କହିଛନ୍ତି ଯେ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ସରକାର ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ଯୋଗାଇ ପାରିବେ ବୋଲି ସେ ନିଶ୍ଚିତ ଅଛନ୍ତି।

ଫେବୃଆରୀରେ ସବୁଜ ଇନ୍ଧନ ବିଷୟରେ ସଚେତନତା ସୃଷ୍ଟି କରିବାକୁ ୧୧ ଟି ରାଜ୍ୟର ସିଲେକ୍ଟ ପମ୍ପରେ ୨୦ ପ୍ରତିଶତ ଇଥାନଲ ସହିତ ମିଶ୍ରିତ ପେଟ୍ରୋଲ ପ୍ରଚଳନ କରାଯାଇଥିଲା । ବର୍ତ୍ତମାନ ପେଟ୍ରୋଲରେ ୧୦ ପ୍ରତିଶତ ଇଥାନଲ ମିଶ୍ରିତ ହେଇ ଆସୁଛି । ଏହି ସମୟରେ ପୁରୀ ଆହୁରି କହିଛନ୍ତି ଯେ କାର୍ଯ୍ୟସୂଚୀ ଠାରୁ ପାଞ୍ଚ ମାସ ପୂର୍ବରୁ ଜୁନ୍ ୨୦୨୨ ସୁଦ୍ଧା ପେଟ୍ରୋଲରେ ଭାରତ ୧୦ ପ୍ରତିଶତ ଇଥାନଲ ମିଶ୍ରଣ ହାସଲ କରିଛି। ସୂଚନାମୁତାବକ ଆଖୁରୁ ତଥା ଭଙ୍ଗା ଚାଉଳ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟରୁ ବାହାର କରାଯାଇଥିବା ଇଥାନଲକୁ ବ୍ୟବହାର କରି ଭାରତ ବିଦେଶୀ ପରିବହନ ଉପରେ ତାହାର ନିର୍ଭରଶୀଳତା ହ୍ରାସ କରିବ। ଭାରତ ବର୍ତ୍ତମାନ ତୈଳ ଆବଶ୍ୟକତା ପୂରଣ ପାଇଁ ୮୫ ପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ ।

ତେବେ ଇଥାନଲ ମିଶ୍ରିତ ପେଟ୍ରୋଲ ଦୁଇ ଚକିଆ ଯାନରେ ଅଙ୍ଗାରକାମ୍ଳ ନିର୍ଗମନକୁ ୫୦ ପ୍ରତିଶତ ଏବଂ ଚାରି ଚକିଆ ଯାନରେ ୩୦ ପ୍ରତିଶତ ହ୍ରାସ କରିବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.