୧୦ ହଜାର କଏନ ନେଇ ନାମାଙ୍କନ ପତ୍ର ଦାଖଲ ପାଇଁ ପହଞ୍ଚିଲେ ସ୍ୱାଧୀନ ପ୍ରାର୍ଥୀ, ଗଣିବାକୁ ଦୁଇ ଘଣ୍ଟା ଲାଗିଲା , ଗଣି ଗଣି ନୟାନ୍ତ ହେଲେ ଅଧିକାରୀ
ନୂଆଦିଲ୍ଲୀ : ଆସନ୍ତା ମେ ମାସରେ କର୍ଣ୍ଣାଟକରେ ନିର୍ବାଚନ । ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ସରିଛି । କିନ୍ତୁ ଏହି ନାମାଙ୍କନ ପତ୍ର ଦାଖଲ ବେଳେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା । ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର କରିବାକୁ ଯାଇଥିବା ବେଳେ ସାଙ୍ଗରେ ପ୍ରାୟ ୧୦ ହଜାର ଟଙ୍କା ଖୁଚୁରା କଏନ୍ ନେଇ ଯାଇଥିଲେ । ନାମାଙ୍କନ ପତ୍ର ଦାଖଲ ବେଳେ ଅଧିକାରୀମାନେ ଏହି କଏନ୍ ଗଣି ଗଣି ନୟାନ୍ତ ହୋଇଛନ୍ତି ।
ସୂଚନାଯୋଗ୍ୟ, ବିଜେପି-କଂଗ୍ରେସ ସମେତ ଅନେକ ରାଜନୈତି ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବିଭିନ୍ନ ଦଳର ପ୍ରାର୍ଥୀମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ପାଣ୍ଠି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଯାଦଗିରିରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଯିଏ ଜନସାଧାରଣଙ୍କଠାରୁ ଦାନ ସଂଗ୍ରହ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଲୋକଙ୍କ ଠାରୁ ୧୦,୦୦୦ ଟଙ୍କା ଦାନ ସଂଗ୍ରହ କରିଥିଲେ। ଚଳିତ ବର୍ଷର ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ୧୦,୦୦୦ ଟଙ୍କା ଜମା କରିବା ବାଧ୍ୟତାମୂଳକ ଥିଲା । ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ । ତେଣୁ ଯେଉଁ ଜନସାଧାରଣ ପାଇଁ ସେ ଅଣ୍ଟା ଭିଡୁଛନ୍ତି, ପ୍ରଥମେ ସେମାନଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଥିଲେ ।
ସ୍ଥାନୀୟଲୋକଙ୍କ ଠାରୁ ୧୦ ହଜାର ଟଙ୍କା ଆଦାୟ କରି ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିଲେ । ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟାଳୟରେ ଟେବୁଲ ଉପରେ ଏହି ଟଙ୍କାକୁ ରଖିଥିଲେ । ଏହି ଟଙ୍କାକୁ ଗଣିବାକୁ ଅଧିକାରୀମାନଙ୍କୁ ଦୁଇ ଘଣ୍ଟା ସମୟ ଲାଗିଥିଲା।
ତେବେ ଏହି ପାର୍ଥୀଙ୍କ ପୋଷ୍ଟରରେ ଏକ ସ୍ଲୋଗାନା ଲେଖା ହୋଇଥିଲା, ‘କେବଳ ଗୋଟିଏ କଏନ୍ ନୁହେଁ, ଗୋଟିଏ ଗୋଟ୍ ଦିଏ , ମୁଁ ତୁମକୁ ଦାରିଦ୍ର୍ୟରୁ ମୁକ୍ତ କରିବି।’