fbpx
BSKY SKY
BSKY SKY

ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ:କେଉଁ ବ୍ୟାଙ୍କରେ ପୁଞ୍ଜି ନିବେଶ କରିଲେ ତୁମର ଟଙ୍କା ବୁଡ଼ିବ ନାହିଁ, RBI ଜାରି କରିଲା ତାଲିକା

BSKY

ନୂଆଦିଲ୍ଲୀ:ରିଜର୍ଭ ବ୍ୟାଙ୍କ ଦେଶର ସବୁଠାରୁ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ବ୍ୟାଙ୍କର ନାମ ପ୍ରକାଶ କରିଛି। ଗ୍ରାହକ ଏବଂ ଭାରତୀୟ ଅର୍ଥନୀତି ପାଇଁ ଏହି ବ୍ୟାଙ୍କଗୁଡିକ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଯଦି ଏହି ବ୍ୟାଙ୍କଗୁଡିକରେ କୌଣସି କ୍ଷତି ହୁଏ, ତେବେ ସମଗ୍ର ଦେଶକୁ ଏହାର ଭାର ବହନ କରିବାକୁ ପଡିବ। ଏଗୁଡିକ ହେଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ।

ଏସ୍‌ବିଆଇ ପ୍ରମୁଖ ଜାତୀୟକରଣ ବ୍ୟାଙ୍କ ହୋଇଥିବାବେଳେ ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇ ବ୍ୟାଙ୍କ ଘରୋଇ ଉଦ୍ୟୋଗ ଦ୍ଵାରା ପରିଚାଳିତ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ତିନିଟି ବ୍ୟାଙ୍କକୁ ଆଖ୍ୟା ଦିଆଯାଇଛି । ଡୋମେସ୍ଟିକ ସିଷ୍ଟମିକାଲ୍ ଇମ୍ପୋଟାଣ୍ଟ ବ୍ୟାଙ୍କ (D-SIBs) ୨୦୨୩ ର ତାଲିକା ଆରବିଆଇ ପ୍ରକାଶ କରିଛି, ଯେଉଁଥିରେ ଗୋଟିଏ ସରକାରୀ ଏବଂ ଦୁଇଟି ଘରୋଇ କ୍ଷେତ୍ର ବ୍ୟାଙ୍କର ନାମ ଅନ୍ତର୍ଭୁକ୍ତ ।ଉପରୋକ୍ତ ତିନିଟି ବ୍ୟାଙ୍କ ବୁଡିବାରକୌଣସି ସମ୍ଭାବନା ନଥାଏ। ଯଦି କୌଣସି ପରିସ୍ଥିତିରେ ଏହି ବ୍ୟାଙ୍କଗୁଡିକ ଦେବାଳିଆ ଘୋଷିତ ହୁଅନ୍ତି, ତେବେ ଦେଶର ଅର୍ଥନୀତି ଉପରେ ବିରାଟ ପ୍ରତିକୂଳ ପ୍ରଭାବ ପଡିବ ବୋଲି କୁହାଯାଇଛି । ତେଣୁ ସଙ୍କଟ ସମୟରେ ତାଲିକା ପ୍ରକାଶ ସରକାର ସମସ୍ତ ସହାୟତା ପ୍ରଦାନ କରି ଏହି ବ୍ୟାଙ୍କଗୁଡିକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବେ ।

୨୦୨୨ ବର୍ଷର ତାଲିକାରେ ମଧ୍ୟ ଏହି ବ୍ୟାଙ୍କଗୁଡିକର ନାମ ଅନ୍ତର୍ଭୁକ୍ତ କରାଯାଇଥିଲା । ରିଜର୍ଭ ବ୍ୟାଙ୍କ କହିଛି ଯେ ୨୦୨୨ ର ଏହି ତାଲିକାରେ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ବ୍ୟତୀତ ଘରୋଇ କ୍ଷେତ୍ର ଏଚଡିଏଫସି (HDFC) ଏବଂ ଆଇସିଆଇସିଆଇ ବ୍ୟାଙ୍କ (ICICI ) ର ନାମ ମଧ୍ୟ ଅନ୍ତର୍ଭୂକ୍ତ କରିଥିଲା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ବ୍ୟାଙ୍କଗୁଡିକ ଉପରେ ସବୁବେଳେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଥାଏ। ସବୁଠୁ ସୁରକ୍ଷିତ ବ୍ୟାଙ୍କଭାବେ ମାନ୍ୟତାଲାଭ କରିଥିବାରୁ ଏହି ବ୍ୟାଙ୍କର ପରିଚାଳନା ବ୍ୟବସ୍ଥା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଡା ଗାଇଡ୍‌ଲାଇନ୍‌ ମଧ୍ୟ ଜାରିସ୍ୱରୂପ କରାଯାଇଛି ।

ଉଦାହରଣ ଆପାଦକାଳୀନ ସ୍ଥିତିର ମୁକାବିଲା ପାଇଁ ଏହି ବ୍ୟାଙ୍କଗୁଡିକ ଟାଏର-୧ ଇକ୍ୟୁଟୀ ବାବଦରେ ନିଜ ସମ୍ପଭିର କିଛି ଅଂଶ ଗଚ୍ଛିତ ରଖିବାକୁ ବାଧ୍ୟ । ଏସ୍‌ବିଆଇ ଏ ବାବଦରେ ୦.୬୦ ପ୍ରତିଶତ ଅର୍ଥ ଜମା ରଖୁଥିବାବେଳେ ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇ ବ୍ୟାଙ୍କ ୦.୨୦ ପ୍ରତିଶତ ଅର୍ଥ ଜମା ରଖୁଛନ୍ତି । ପ୍ରତିବର୍ଷ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ବ୍ୟାଙ୍କଗୁଡିକର କାର୍ଯ୍ୟଶୈଳୀ ଓ ଗ୍ରାହକସେବାପ୍ରସଙ୍ଗରେ ବାର୍ଷିକ ସମୀକ୍ଷା କରାଯାଇଥାଏ।

୨୦୧୫ରୁ ରିଜର୍ଭ ବ୍ୟାଙ୍କ ଦେଶର ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଆସୁଛି । ସୂଚନାଯୋଗ୍ୟ ୨୦୦୮ରେ ବିଶ୍ଵରେ ଆର୍ଥିକ ଶିଥଳତା ଦେଖାଦେଇଥିବାବେଳେ ଏକାଧିକ ବୃହତ ବ୍ୟାଙ୍କ ବୁଡିଯାଇଥିଲା। ଫଳରେ ବୃହତ ରାଷ୍ଟ୍ରଗୁଡିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି କାରଣରୁ କେତେକ ବ୍ୟାଙ୍କକୁ ସୁରକ୍ଷିତ ଏବଂ ଭରସାଯୋଗ୍ୟଭାବେ ତାଲିକାଭୁକ୍ତ କରାଯାଇ ସରକାରଙ୍କ ପକ୍ଷରୁ ସେଗୁଡିକ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ୨୦୧୪ରେ ଭାରତୀୟରିଜର୍ଭ ବ୍ୟାଙ୍କ ଏଥିପାଇଁ ଗାଇଡ୍‌ଲାଇନ ପ୍ରସ୍ତୁତ କରିଥିଲା। ୨୦୧୫ରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଏସ୍‌ଇବି ବ୍ୟାଙ୍କ୍‌ଗୁଡିକର ତାଲିକା ପ୍ରକାଶନ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.