fbpx

ଉଚ୍ଚତା ଅନୁସାରେ ଅଣ୍ଟା ସାଇଜ କେତେ ହେବା ଆବଶ୍ୟକ? ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ସାଧାରଣତଃ ଉଚ୍ଚତା ଅନୁସାରେ ଯଦି କୌଣସି ମଣିଷର ଓଜନ ଠିକ୍ ଥାଏ ତେବେ ସେହି ମଣିଷ ଆକର୍ଷଣୀୟ ଦେଖାଯାଏ ଏବଂ ତାର ପର୍ସନାଲିଟି ବାହାରେ ଭଲ ରହିଥାଏ । ଅପରପକ୍ଷେ ଯଦି ମଣିଷର ଉଚ୍ଚତା ଅନୁସାରେ ଓଜନ ପରିମାଣ ଅଧିକ ହୋଇଯାଏ, ସେମାନଙ୍କ ପର୍ସନାଲିଟୀ ଲୋକଙ୍କ ପାଖେ ଦୁର୍ବଳ ହୋଇଯାଏ ଏବଂ ସେମାନେ ରୋଗାକ୍ରାନ୍ତ ମଧ୍ୟ ହୋଇଯାଆନ୍ତି । ମଣିଷର ଓଜନ ବଢିବା ମାତ୍ରେ, ତାର ମଧ୍ୟଭାଗ ଶରୀର ଯଥା ପେଟ, ଅଣ୍ଟା, ଜଙ୍ଘ ଅଧିକ ଫୁଲିଯାଏ ।

ବ୍ରିଟିଶ ନ୍ୟୁଟ୍ରିଶନ ଫାଉଁଡେଶନର କନ୍ସଲଟେଣ୍ଟ ଡା. ମାଗରିଟ ଏଶବେଲଙ୍କ ମୁତାବକ, ବିଏମଆଇ ତୁଳନାରେ ଅଣ୍ଟାର ସାଇଜ ଏବଂ ଉଚ୍ଚତାର ସଠିକ ଅନୁପାତ ହୃଦୟ ଏବଂ ଡାଇବେଟିସ ବିଷୟରେ ପୂର୍ବରୁ ଆଲୋଚନା କରିସାରିଛନ୍ତି । ବିଏମଆଇକୁ ଶରୀରର ମୋଟାଅଂଶକୁ ମାପ କରିବା ପାଇଁ ବ୍ୟବହାର କରାଯାଇଥାଏ । ଯାହା ମଣିଷର ବୟସ, ଓଜନ ଏବଂ ଉଚ୍ଚତାରୁ ସ୍ଥିର କରାଯାଏ ।

ମାଗରିଟଙ୍କ କହିବା ଅନୁସାରେ, ବିଏମଆଇ ଶରୀରରେ ଜମିଥିବା ମାଂସପେଶୀର ଅନୁପାତ କରି ନଥାଏ । ସେଥିପାଇଁ ନିଜ ଅଣ୍ଟାର ସାଇଜ ନିଜ ଉଚ୍ଚତାର ଅଧାରୁ କମ ରଖନ୍ତୁ । ଏହାଦ୍ୱାରା ସେହି ମଣିଷ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିରହିବ । ତେବେ ଆସନ୍ତୁ ଜାଣିବା ଉଚ୍ଚତା ମୁତାବକ ଅଣ୍ଟା ସାଇଜ କେତେ ରହିବା ଆବଶ୍ୟକ ।

ଉଚ୍ଚତା: ୪ ଫୁଟ ୮ ଇଞ୍ଚ ଅର୍ଥାତ ୧୪୨ ସେ.ମି
ଅଣ୍ଟା ସାଇଜ- ପାଖାପାଖି ୨୭.୯ ଇଞ୍ଚ ଅର୍ଥାତ ୭୧ ସେମିରୁ କମ

ଉଚ୍ଚତା: ୪ ଫୁଟ ୧୦ ଇଞ୍ଚ ଅର୍ଥାତ ୧୪୭ ସେମି
ଅଣ୍ଟା ସାଇଜ- ୨୮.୭ ଇଞ୍ଚ ଅର୍ଥାତ ୭୩ ସେମିରୁ କମ

ଉଚ୍ଚତା: ୫ଫୁଟ ଅର୍ଥାତ ୧୫୨ ସେମି
ଅଣ୍ଟା ସାଇଜ- ୨୯.୯ ଇଞ୍ଚ ଅର୍ଥାତ ୭୬

ଉଚ୍ଚତା: ୫ଫୁଟ ୨ ଇଞ୍ଚ ଅର୍ଥାତ ୧୫୭ ସେମି
ଅଣ୍ଟା ସାଇଜ- ୩୦.୭ ଇଞ୍ଚ ଅର୍ଥାତ ୭୮ ସେମିରୁ କମ

ଉଚ୍ଚତା: ୫ଫୁଟ ୪ ଇଞ୍ଚ ଅର୍ଥାତ ୧୬୨ ସେମି
ଅଣ୍ଟା ସାଇଜ- ୩୧.୮୮ ଇଞ୍ଚ ବା ୮୧ ସେମିରୁ କମ

ଉଚ୍ଚତା: ୫ ଫୁଟ ୬ ଇଞ୍ଚ/ ୧୬୭ ସେମି
ଅଣ୍ଟା ସାଇଜ- ୩୨.୬୭ ଇଞ୍ଚ ବା ୮୩ ସେମିରୁ କମ୍

ଉଚ୍ଚତା: ୫ଫୁଟ ୮ ଇଞ୍ଚ/୧୭୨ ସେମି
ଅଣ୍ଟା ସାଇଜ-୩୩.୮୫ ଇଞ୍ଚ ବା ୮୬ ସେମିରୁ କମ

ଉଚ୍ଚତା: ୫ଫୁଟ ୧୦ ଇଞ୍ଚ/ ୧୭୭ ସେମି
ଅଣ୍ଟା ସାଇଜ- ୩୪.୬୪ ଇଞ୍ଚ ବା ୮୮ ସେମିରୁ କମ

ଉଚ୍ଚତା: ୬ଫୁଟ/୧୮୨ ସେମି
ଅଣ୍ଟା ସାଇଜ- ୩୫.୮୨ ଇଞ୍ଚ ବା ୯୧ ସେମିରୁ କମ୍

 

Get real time updates directly on you device, subscribe now.