fbpx

ମୁଁ ବିଜେପି ବିଧାୟକ ଥିଲି ଏବଂ ସେହି ଦଳରେ ରହିବାକୁ ଚାହୁଁଛି: ଟିଏମସି ବରିଷ୍ଠ ନେତା ମୁକୁଲ ରାୟ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରାୟଙ୍କ ଏକ ବିବୃତ୍ତି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯେଉଁଥିରେ ସେ ନିଜକୁ ବିଜେପି ବିଧାୟକ ରୂପରେ ସମ୍ବୋଧନ କରିଛନ୍ତି । ଏକ ବଙ୍ଗାଳୀ ନ୍ୟୁଜ ସହ କଥା ହେବା ସମୟରେ ସେ କହିଛନ୍ତି, ‘ ମୁଁ ବିଜେପିର ବିଧାୟକ ଅଟେ, ମୁଁ ତାଙ୍କ ସହ ରହିବାକୁ ଚାହୁଁଛି ଏବଂ ମୁଁ ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ଭେଟିବାକୁ ଚାହୁଁଛି । ମୋର ଦେହ ଅସ୍ୁସ୍ଥ ଥିଲା ତେଣୁ ମୁଁ ରାଜନୀତି ଠାରୁ ଦୂରରେ ଥିଲି, ବର୍ତ୍ତମାନ ମୁଁ ସଂପୂର୍ଣ୍ଣ ଠିକ୍ ହୋଇ ଗେଲେଣି ଏବଂ ମୋର ତୃଣମୂଳ କଂଗ୍ରେସ ସହ କୌଣସି ସମ୍ବନ୍ଧ ନାହିଁ ।’

ଟିଏମସିର ପ୍ରତିଷ୍ଠାତା ସଦସ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ନିକଟତର ମୁକୁଲ ରାୟ ୨୦୧୭ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ଦଳ ମଧ୍ୟ ମୁକୁଲ ରାୟଙ୍କୁ ଜାତୀୟ ଉପଧକ୍ଷ କରିଥିଲା ​​ଏବଂ ୨୦୨୧ ମସିହାରେ ସେ ବିଜେପି ଟିକେଟ୍ ରେ ବଙ୍ଗଳା ବିଧାନସଭା ନିର୍ବାଚନରେ ​​ଜିତିଥିଲେ କିନ୍ତୁ ଏହା ପରେ ସେ ଟିଏମଏସିରେ ଯୋଗ ଦେଇଥିଲେ।

ନିକଟରେ ତାଙ୍କ ପରିବାର ସଦସ୍ୟ ଦାବି କରିଥିଲେ ଯେ, ମୁକୁଲ ରାୟ ନିଖୋଜ ହୋଇଯାଇଛନ୍ତି ଏବଂ ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ। ଏହାର ଉତ୍ତରରେ ରାୟ କହିଥିଲେ ଯେ, ବ୍ୟକ୍ତିଗତ କାମ ହେତୁ ସେ ଦିଲ୍ଲୀ ଯାଇଥିଲେ। ତେବେ ତାଙ୍କ ପରିବାର ସଦସ୍ୟ ବିଜେପିକୁ ଟାର୍ଗେଟ କରୁଛନ୍ତି ଯେ, ସେମାନେ ଅସୁସ୍ଥ ଟିଏମସି ନେତାଙ୍କୁ ବ୍ୟବହାର କରି ରାଜନୀତିକୁ ଖରାପ କରୁଛନ୍ତି।

ତାଙ୍କ ପୁଅ ସୁଭ୍ରାନ୍ସୁ ରାୟ କହିଥିଲେ ଯେ, ତାଙ୍କ ପିତା ‘ଡିମେନ୍ସିଆ ଏବଂ ପାର୍କିନ୍ସନ୍ ରୋଗରେ ପୀଡିତ’, ସେ କ’ଣ କହୁଛନ୍ତି ଏବଂ କ’ଣ କହୁଛନ୍ତି ତାହା ନିଜେ ଜାଣନ୍ତି ନାହିଁ। ସେଥିପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ, ଜଣେ ମାନସିକ ରୋଗୀ ବିଷୟରେ କୌଣସି ପ୍ରକାରର ରାଜନୀତି ନ କରାଯାଉ। ତେବେ ତାଙ୍କ ପିତା ଏହି ସବୁ କଥାକୁ ଅସ୍ୱୀକାର କରି କହିଛନ୍ତି ଯେ, ସେ ଜଣେ ସାଂସଦ ଥିଲେ ଏବଂ ଅନେକ ଥର ଦିଲ୍ଲୀ ଆସିଥିଲେ, ତେବେ ଯଦି ସେ ଏଥର ଦିଲ୍ଲୀ ଆସନ୍ତି ତେବେ କଣ ହେବ?

ନିକଟରେ ବିଜେପି ରାଷ୍ଟ୍ରୀୟ ସଚିବ ଅନୁପମ ହଜ୍ରା ଫେସବୁକରେ ‘COME BACK’ ଶୀର୍ଷକ ଏକ ପୋଷ୍ଟ ସେୟାର କରିଥିଲେ, ଯାହା ପରେ ସେ ମୁକୁଲ ରାୟଙ୍କ ବିଷୟରେ କହୁଥିବା ଅନୁମାନ ଆରମ୍ଭ ହୋଇଥିଲା। ତେବେ ଅନୁପମ ହଜ୍ରାଙ୍କୁ ଏ ବିଷୟରେ ପଚରାଯିବା ପରେ ସେ କହିଥିଲେ ଯେ ‘ଅପେକ୍ଷା କର, ପରିସ୍ଥିତି ଶୀଘ୍ର ସ୍ପଷ୍ଟ ହୋଇଯିବ’। ବର୍ତ୍ତମାନ କଳ୍ପନାଜଳ୍ପନାର ବଜାର ଗରମ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ TMC ଏହା ଉପରେ କିଛି କହିନାହିଁ।

Get real time updates directly on you device, subscribe now.